ରାୟଗଡା,୧୩/୦୬(ପିପିଟି);ରାୟଗଡା ଜିଲ୍ଲା ମୁନିଗୁଡ଼ା ବ୍ଲକ କୁଟ୍ରାଗଡ ଗାଁ କଲ୍ୟାଣ ସମିତି ତରଫରୁ ସଚେତନତା ପ୍ରଚାର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି । ସରକାରଙ୍କ ଦ୍ୱାରା ଯେଉଁ ଗ୍ରାମ ମାନଙ୍କରେ ଟୀକାକରଣ ଶିବିର କରାଯାଉ ଅଛି,ଶିବିର ପୂର୍ବରୁ ସେହି ଗ୍ରାମାଞ୍ଚଳରେ ରହୁଥିବା ଲୋକ ମାନେ କିପରି କୌଣସି ମିଥ୍ୟା ଗୁଜବ ଭାଇରଲ ଭିଡ଼ିଓକୁ ବିଶ୍ୱାସ ନକରି ସମସ୍ତେ ଏହି ଟୀକାକୁ ଗ୍ରହଣ କରିପାରିବେ ଏହି ଲକ୍ଷ୍ୟ ରଖି ଏହି ସଚେତନତା ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଉଭୟ ଓଡ଼ିଆ ଏବଂକୁଇ ଭାଷାରେ ସଚେତନତା କରାଯାଉଛି।ଏହି ସଚେତନତା କାର୍ଯ୍ୟକ୍ରମରେ ମହିଳା ଓ ପୁରୁଷ ସ୍ୱାସ୍ଥ୍ୟକର୍ମୀ,ଆଶାକର୍ମୀ, ଅଙ୍ଗନୱାଡି କର୍ମୀ ଘରଘରକୁ ଯାଇ ସାନିଟାଇଜର, ମାସ୍କ,ସାବୁନ ବଣ୍ଟନ କରିବା ସହ ଥର୍ମାଲସ୍କନିଂ ଓ ଅକ୍ସିମିଟର ଦ୍ବାରା ଲୋକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ମେଡିକାଲ ଇନଚାର୍ଜଙ୍କ ବାର୍ତ୍ତା ମଧ୍ୟ ଗ୍ରାମମାନଙ୍କରେ ପହଞ୍ଚାଇ ଦିଆଯାଉଛି ଏବଂ ଆଗାମୀଦିନରେ କୁଟ୍ରାଗଡ ଗ୍ରାମପଞ୍ଚାୟତର ଏଗାରଟି ୱାର୍ଡ ଅଧିନ ଗ୍ରାମରେ ଏହି ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ସ୍ୱାସ୍ଥ୍ୟକର୍ମୀ ବ୍ରଜେଶ୍ୱରୀ ଖାଡାଙ୍ଗା ସୂଚନା ଦେଇଛନ୍ତି । ଏହି ସଚେତନତା ରଥର ପ୍ରଚାରକୁ ପ୍ରତ୍ୟେକ ଗ୍ରାମରେ ପହଞ୍ଚାଇବାରେ ପ୍ରମୁଖ ଭୂମିକାରେ ଗାଁ କଲ୍ୟାଣ ସମିତି,ପୁରୁଷ ସ୍ୱାସ୍ଥ୍ୟକର୍ମୀ ଦୀପକ କୁମାର ପଟନାୟକ, ସ୍ୱାସ୍ଥ୍ୟକର୍ମୀ ବ୍ରଜେଶ୍ୱରୀ ଖାଡାଙ୍ଗା, ଅଙ୍ଗନୱାଡି କର୍ମୀ ମିନତୀ ପୂଜାରୀ, ସୁଦେଷ୍ଣା ବାଘ,ଆଶାକର୍ମୀ ଅନୁସୁୟା ମାର୍ଥା,ଜୟନ୍ତୀ ବିଭାର,କୁଟ୍ରାଗଡ ମା ମାଣିକେଶ୍ୱରୀ ମହିଳା ସଙ୍ଘର କର୍ମକର୍ତ୍ତ ପ୍ରମୁଖ ସହଯୋଗ କରିଛନ୍ତି l
(ରିପୋର୍ଟ- ନବୀନ ନାୟକ ବେହେରା। )