ଗାଁକୁ ରାସ୍ତା ନାହିଁ :୪୦ କି.ମି ଭାରରେ ବୁହାହେଲେ ଗର୍ଭବତୀ ।

0 355

ମାଲକାନଗିରି,ତା:୨୪/୦୫(ପିପିଟି); ଗାଁକୁ ରାସ୍ତା ନାହିଁ । ଏଣୁ ବାଧ୍ଯ ହୋଇ ଭାରରେ ବୁହାହେଲେ ଗର୍ଭବତୀ ମହିଳା। ଦୀର୍ଘ ୪୦ କି.ମି ଭାରରେ ବୁହା ହୋଇ ସ୍ବାସ୍ଥ୍ଯ କେନ୍ଦ୍ରକୁ ଅଣା ଗଲା ପରେ ପ୍ରସୂତି ଜନ୍ମ ଦେଲେ ଏକ କନ୍ୟା ସନ୍ତାନକୁ। ଆଜି ଏପରି ଏକ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି ଗଙ୍ଗ ପଡା ଗାଁରେ । ଘଟଣା ରୁ ପ୍ରକାଶ ଯେ,କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ବିଚ୍ଛିନ୍ନାଞ୍ଚଳ ଗ୍ରାମ ଗଙ୍ଗାପଡା। ଗଙ୍ଗାପଡା ଗ୍ରାମର ଲୋଚନ ବିଷୋୟୀଙ୍କ ସ୍ତ୍ରୀ ସୁବୁଦ୍ରୀ ବିଷୋୟୀ ଗର୍ଭବତୀ ରହଥିବା ବେଳେ ଆଜି ହଠାତ ତାଙ୍କର ଗର୍ଭ ବେଦନା ଆରମ୍ଭ ହେଲା। ବର୍ଷ ବର୍ଷ ଧରି ଗ୍ରାମକୁ ଖଣ୍ଡେ ରାସ୍ତା ନଥିବାରୁ ଉକ୍ତ ଗ୍ରାମର ଦୁଇ ଜଣ ଯୁବକ ପାହାଡ଼ ଅତିକ୍ରମ କରି ଏକ ପଥୁରିଆ ସଂକୀର୍ଣ୍ଣ ପଥ ଅତିକ୍ରମ କରି ଗଙ୍ଗାପଡାରୁ ବାୟାପଡାକୁ ପ୍ରସୂତୀକୁ ଭାରରେ ବୋହି ଆଣି ଥିଲେ। ପରେ ବାୟାପଡା ରୁ ଅର୍ଜୁନ ଭଜ ନାମକ ଜଣେ ଛାତ୍ର ଏବଂ ସେହି ଗ୍ରାମର ଅନ୍ୟଜଣେ ଯୁବକ ତୁମ୍ବାପଦର ଗ୍ରାମକୁ ପ୍ରସୂତୀକୁ ଆପ୍ରାଣ ପ୍ରଚେଷ୍ଠା କରି ଆଣିଥିଲେ। ଆଶା କର୍ମୀ ପାଣ୍ଡ୍ରି ଭଜ ଏହି ଗର୍ଭବତୀ ମହିଳାଙ୍କ ସହ ମଧ୍ୟ ଚାଲି ଚାଲି ଆସୁଥବା ଜଣା ପଡିଛି। ଦୀର୍ଘ ୪୦ କିମି ଭାରରେ ବୋହି ଆଣିବା ପରେ ତୁମ୍ବାପଦର ଗ୍ରାମରେ କୁଡୁମ୍ମୁଲ ଗୁମ୍ମା ସ୍ୱାସ୍ଥ୍ୟକେନ୍ଦ୍ରରୁ ଆମ୍ବୁଲାନ୍ସ ପୂର୍ବରୁ ପ୍ରସୂତୀକୁ ନେବା ପାଇଁ ଅପେକ୍ଷା ରତଥିଲା। ସେଠାରୁ ତୁରନ୍ତ ଗର୍ଭବତୀ ମହିଳା ଜଣଙ୍କୁ ସ୍ବସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।
ବର୍ତ୍ତମାନ ସୁବୁଦ୍ରୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥିବା ଥିବା ବେଳେ ସେ ଆଜି ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛି । ଦୁର୍ଗମ ଅଞ୍ଚଳଗୁଡିକରେ ଗମନାଗମନର ସୁବିଧା ନଥିବାରୁ ଏଭଳି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳୁଛି । ଗ୍ରାମକୁ ରାସ୍ତା ନଥିବାରୁ ବାରମ୍ବାର ଏପରି ସମସ୍ୟା ଉପୁଜୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.