ଗରିବ ପିଲାଙ୍କୁ ମାଗଣାରେ ପଢାଉଛନ୍ତି ବିଶ୍ୱନାଥ ।

0 302

ବେଗୁନିଆ,୦୩/୦୧(ପିପିଟି): ପଥର ଖୋଦେଇରେ ସୁନ୍ଦର କାରୁକାର୍ଯ୍ୟର ବଳରେ ଗଢିଉଠେ ତାଙ୍କରି ହାତରେ ସୁନ୍ଦର ପ୍ରତିମୂର୍ତ୍ତି ମାନ ଯାହାକୁ ବିକ୍ରି କରି ପରିବାରର ଗୁଜୁରାଣ ମେଣ୍ଟାଇବାରେ ସାହାର୍ଯ୍ୟ ହୁଏ ,କିନ୍ତୁ ଖାଲି ଯେ ସୁନ୍ଦର ମୂର୍ତ୍ତି ତିଆରି କରୁ ନଥିଲେ ସମାଜକୁ ଶିକ୍ଷିତ କରି ଗଢିତୋଳିବା ପାଇଁ ପ୍ରଚେଷ୍ଟା ଅହରହ ଜାରି ରଖିଛନ୍ତି। ଅସହାୟ ଗରିବ ଆଦିବାସୀ ପିଲାମାନେ ଅର୍ଥ ଅଭାବରୁ ପାଠ ପଢିବାରୁ ବଞ୍ଚିତ ପଛୁଆ ବର୍ଗର ପିଲାମାନଙ୍କୁ ନିଶ୍ଳୁକ ଶିକ୍ଷା ଦାନ କରି। ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଡିଙ୍ଗର ଗ୍ରାମର ବିଶ୍ବନାଥ ମାର୍ଥା ଆଉ ଜଣେ ନନ୍ଦ ସାର୍ ଭାବରେ ଏହି ଅଞ୍ଚଳରେ ଖୁବ୍ ପରିଚିତ ।ଏଭଳି ଚିନ୍ତାଧାରା ପାଇଁ ମନେପଡେ ସେ କାହୁଁକେଉଁ କାଳର ଯେବେ ଚାଟଶାଳୀର ସେ ପାଠପଢ଼ା। ଯେଉଁଠି ନଥିଲା ବେପାରୁଆ ମନୋବୃତ୍ତିର ବୈରାଗ ଭାବନା ଆଜିକାର ଶିକ୍ଷା ଦାନ ବ୍ୟବସ୍ଥା ହୋଇଯାଇଛି ବ୍ୟବସାୟର ମାନଦଣ୍ଡ। ଏଥିପାଇଁ ବିଶ୍ବନାଥ ମାର୍ଥା ସମାଜରେ କିଛି ଆଦିବାସୀ ପଛୁଆ ବର୍ଗ ପିଲାମାନଙ୍କୁ ମାଗଣାରେ ବହି ଖାତା, କଲମ,ପେନସିଲ ଦେଇଥାନ୍ତି, ପାଠ ପଢାଇ ମଣିଷକରି ଗଢିବାରେ ଅକ୍ଳାନ୍ତ ପରିଶ୍ରମ ଜାରି ରଖି ଜୀବନକୁ ଉତ୍ସର୍ଗ କରିଛନ୍ତି , ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି ।ସେ ମଧ୍ୟ ବହୁ ସାମାଜିକ ମଙ୍ଗଳ କାର୍ଯ୍ୟରେ ଲିପ୍ତ ରହିଛନ୍ତି । ଏହିଭଳି କାର୍ଯ୍ୟକଳାପ ପାଇଁ ସମାଜରେ ଏକ ପ୍ରେରଣାର ଉତ୍ସ ସାଜିଛନ୍ତି । ବୁଦ୍ଧି ଜୀବି ଠାରୁ ବହୁ ମହଲରୁ ପ୍ରଶଂସାର ସୂଅ ଛୁଟିଛି।

(ରିପୋର୍ଟ – ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.