ଗଡମାଣିତ୍ରୀ ଗ୍ରାମରୁ ଆଠଫୁଟ ଲମ୍ବର ଅଜଗର ଉଦ୍ଧାର ।

0 275

ବୋଲଗଡ଼,୦୫/୦୮(ପିପିଟି):କ୍ଷୟ ହେଉଛି ଜଙ୍ଗଲ ଫଳରେ ଜଙ୍ଗଲୀ ଜନ୍ତୁ ହେଉଛନ୍ତି ଜନବସତି ମୁଁହା । ସେହିଭଳି ଆଜି ବେଗୁନିଆ ବ୍ଲକ ଅନ୍ତର୍ଗତ ଗଡମାଣିତ୍ରୀ ଗ୍ରାମରୁ ଏକ ଆଠ ଫୁଟ ଲମ୍ବର ଅଜଗର ସାପକୁ ଉଦ୍ଧାର କରିଛି ବେଗୁନିଆ ବନବିଭାଗ । ସୂଚନା ଅନୁଯାୟୀ ଗଡମାଣିତ୍ରୀ ଗ୍ରାମର ଅକ୍ଷୟ ସୁବୁଦ୍ଧି ନିଜ ଚାଷ ଜମିକୁ ଯାଉଥିବା ସମୟରେ ଏକ ବିରାଟ ଅଜଗର ସାପ ଦେଖିଥିଲେ ଓ ସେ ତାଙ୍କ ଗ୍ରାମର ସାପଧରାଳି ଦୀନବନ୍ଧୁ ବିଶ୍ୱାଳଙ୍କୁ ଖବର ଦେଇଥିଲେ । ଦୀନବନ୍ଧୁ ସଂଗେ ସଂଗେ ଅଜଗରଟିକୁ ସୁରକ୍ଷିତ ଉଦ୍ଧାର କରି ବେଗୁନିଆ ବନପାଳଙ୍କୁ ଖବର ଦେଇଥିଲେ । ଖବର ପାଇ ବେଗୁନିଆ ବନପାଳ ଓ ଟିମ ପହଞ୍ଚି ଅଜଗରଟିକୁ ଉଦ୍ଧାର କରି ତାର ସ୍ୱାସ୍ଥ୍ୟ ପରୀକ୍ଷା କରି ତାକୁ ଗୋଟେ ଦିନ ଅବଜରଭେସନ ରେ ପରେ ତାକୁ ଖୋର୍ଦ୍ଧା ବରୁଣେଇ ଜଙ୍ଗଲରେ ଛଡ଼ାଯିବ ବୋଲି ବନପାଳ ପ୍ରିୟଦର୍ଶିନୀ ସେଠି ସୂଚନା ଦେଇଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.