ଗଞ୍ଜେଇ ସହ ସ୍କୂଟି ଜବତ, ଜଣେ ଗିରଫ ।

0 442

ରାଇରଙ୍ଗପୁର- ୦୨/୧୦(ପିପିଟି); କରୋନା ମହାମାରୀ ସମୟରେ ନିଶା ବେପାରୀଙ୍କ କଚେପୁଅ ବାର ।ସମସ୍ତଙ୍କ ଅର୍ଥନୀତି ଭୁଷୁଡି ଯାଇଥିବାବେଳେ ଚୋରା ନିଶା କାରବାରରେ ଲିପ୍ତ ଥିବା ଲୋକଙ୍କ ଅର୍ଥନୀତି ଦଶଗୁଣା ବୃଦ୍ଧି ପାଇଛି ।ବାମନଘାଟୀରେ ନିଶା କାରବାର ଲୋକଙ୍କ ଚେର ବହୁତ ଲମ୍ବା । ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ୩୦-୦୯-୨୦୨୦ ବୁଧବାର ଦିନ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ବଡାମତଳିଆ ଛକରେ ଏକ ନୀଳ ରଙ୍ଗର ସ୍କୁଟି ଓ ଡି ୧୧ ଏନ୍ ୪୪୦୨ ର ଚାଳକ ଇତଃସ୍ତତଃ ହୋଇ ଚଲାଉଥିବା ଦେଖି ସ୍କୁଟିକୁ ଅଟକାଇଥିଲେ । ପରେ ଡିକି ଖୋଲି ସବୁଜିମା ରଙ୍ଗ ବେଗରେ ୫୭୨ ଗ୍ରାମ ଗଂଜେଇ ଥିବା ଦେଖିବାକୁ ପାଇଲେ । ପରେ ଗୁରୁବାର ଦିନ ଗ୍ରାମାଞ୍ଚଳ ପୋଲିସ ପକ୍ଷରୁ ଏକ ମାମଲା ୧୨୪/୨୦ ୨୦(ବି)(ii)( ଏନ୍.ଡି.ପି.ଏସ ) ଆକ୍ଟ୍ ରେ ମାମଲା ରୁଜୁ କରି ଚୋରା ଗଞ୍ଜେଇ ମାଫିଆ ମହେନ୍ଦ୍ର ବେହେରା (୬୨)କୁ ଗିରଫ କରି ଶୁକ୍ରବାର ଦିନ କୋର୍ଟ ଚାଲାଣ କରିଛି ।
( ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ ।)

Leave A Reply

Your email address will not be published.