ଗଞ୍ଜେଇ ସହ ପ୍ରେସ ଲେଖା ଥିବା ବାଇକ ଜବତ;ଦୁଇ ଅଭିଯୁକ୍ତ ଗିରଫ ।

0 317

ବାଲିଗୁଡା,୦୫/୦୩(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପୋଲିସ ଏସଆଇ ବିଭୁତି ଭୂଷଣ ମୁଦୁଲିଙ୍କ ନେତୃତ୍ୱରେ ଦିଣ୍ଡାବାଲି ଛକ ନିକଟ ପାବୁରିଆ –ଜି.ଉଦୟଗିରି ରାସ୍ତାରେ ପାଟ୍ରୋଲିଂ କରୁଥିବା ସମୟରେ ପ୍ରେସ୍ ଲେଖାଥିବା ଏକ ବାଇକ ନଂ. OD-07-AA-4666 ସହ ଦୁଇ ଜଣ ବ୍ୟକ୍ତିଙ୍କୁ ଗିରଫ କରିବା ସହ ୧୦କେଜି ୪୦୦ଗ୍ରାମର ଏକ ଗଞ୍ଜେଇ ବସ୍ତାକୁ ଜବତ କରିଛି l ଅଭିଯୁକ୍ତ ଦୁଇଜଣ ଯୁବକ ହେଲେ ହେଲେ ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ହୁମ୍ମା ଅଞ୍ଚଳର ସନ୍ତୋଷ ବେହେରା(୨୦)ଓ ସୁନୀଲ ପଲେଇ(୧୭) ସେମାନେ ଏହି ଗଞ୍ଜେଇ ସାରଙ୍ଗଗଡ଼ ଅଞ୍ଚଳରୁ ଛତ୍ରପୁର ଅଞ୍ଚଳକୁ ଚାଲାଣ କରୁଥିଲେ l ଏନେଇ କେଶ ନଂ.୧୨/୨୧ ପ୍ରକାରେ ଏକ ମକଦ୍ଦମା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ବିଷୟ ଜି.ଉଦୟଗିରି ଥାନା ଅଧିକାରୀ ନରେଶ କୁମାର ସାହୁ ପ୍ରକାଶ କରିଛନ୍ତି l
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)

Leave A Reply

Your email address will not be published.