ବାଲିଗୁଡା,୧୦/୦୨(ପିପିଟି); କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ପୋଲିସ ଏସଆଇ ଆର. ମୁଣ୍ଡାରୀଙ୍କ ସହ ସଦଳବଳ ପାଟ୍ରୋଲିଂ କରୁଥିବା ସମୟରେ ୪୦କିଲୋ ୭୦୦ଗ୍ରାମ ଗଞ୍ଜେଇ ସହ ଟାଟା ଇଣ୍ଡିଗୋ କାରନଂ. OD-02R-9397 କୁ ଜବତ କରି ତିନି ଜଣକୁ ଗିରଫ ସହ କୋର୍ଟ ଚାଲାଣ କରିଛି । ଗିରଫ ମାଫିଆଙ୍କ ମଧ୍ୟରୁ କଟକ ସାଲେପୁର ଥାନାରେ କାର୍ଯ୍ୟରତ ହୋମଗାର୍ଡ କ୍ଷୀରୋଦ କୁମାର ସାହୁ ହୋଇଥିବା ବେଳେ ବାଲିସୁଗା ଗାଁ ର ପୂର୍ଣ୍ଣ ଚନ୍ଦ୍ର ମଲିକ ଓ ମାଦିନାଟ ଗାଁ ର ଶଶୀ ମଲିକ ବୋଲି ଥାନା ଅଧିକାରୀ ପ୍ରଶାନ୍ତ ବେହେରା ସୂଚନା ଦେଇଛନ୍ତି । ଏନେଇ ବାଲିଗୁଡା ଥାନା ରେ କେଶ ନଂ ୧୫/୨୧ ରେ ମାମଲା ରୁଜୁ ହୋଇଛି ଏସ ଆଇ ଦୀପକ ରାଉତ ମାମଲା ର ତଦନ୍ତ କରୁଥିବା ଜଣାପଡିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ)
Next Post