ବେଲଗୁଣ୍ଠା,୨୧/୦୯(ପିପିଟି): ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଇଣ୍ଟେଲିଜେନ୍ସ ଅଫ ବ୍ୟୁରୋ ବିଭାଗକୁ ମିଳିଛି ବଡ଼ ଧରଣର ସଫଳତା । ପାଖାପାଖି ୧୨ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ସହିତ ଗଞ୍ଜେଇ ଚାଲାଣ ହେଉଥିବା ହୋଣ୍ଡା ସିଟି କାରକୁ ଜଗନ୍ନାଥ ପ୍ରସାଦ ଥାନା ଅଧୀନ ଗୋଛାବାଡି ଛକ ଠାରେ ଜବତ କରିଛି ବିଭାଗ । ଜବତ ପୂର୍ବରୁ ସତର୍କତାର ସହ ଘଟଣା ସ୍ଥଳରୁ ଗାଡିକୁ ଲକ କରି ଡ୍ରାଇଭର ଓ ଦୁଇ ସହଯୋଗୀ ଚମ୍ପଟ ମାରିଛନ୍ତି । ସୂଚନା ଅନୁଯାୟୀ ବ୍ରହ୍ମପୁର ଇଣ୍ଟେଲି୍ଜେନ୍ସି ଅଫ ବ୍ୟୁରୋ ବିଭାଗରର DSE କୁବେର ସେଠୀ ବଡ ଧରଣର ଗଞ୍ଜେଇ ଚାଲାଣର ଖବର ପାଇ ଚଢ଼ାଉ ପାଇଁ ଜାଲ ବିଛାଇ ଥିଲେ । କନ୍ଧମାଳ ଜିଲ୍ଳାରୁ ପାର ହୋଇ ଗଞ୍ଜାମ ଜିଲ୍ଲା ଦେଇ ଅନ୍ତଃରାଜ୍ୟ ପଶ୍ଚିମ ବଙ୍ଗ ଜିଲ୍ଲାକୁ ଯାଉଥିବାର ଆଗୁଆ ଖବର ପାଇ ଶ୍ରୀ ସେଠୀ, ଆଇଆଇସି ହୃଦୟ ଚନ୍ଦ୍ର ସାମନ୍ତ ଏବଂ ସାତ କନେଷ୍ଟବଳକୁ ନେଇ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ନାକା ବନ୍ଦୀ କରିଥିଲେ । ଆଜି ଭୋର ସମୟରେ ବରଗାଁ ନିକଟରେ ଏକ ହୋଣ୍ଡା ସିଟି ଗାଡିକୁ ଅଟକାଇବାରୁ ସେ ଦ୍ରୁତ ଗତିରେ ଚାଲି ଯାଇଥିଲା ବିଭାଗୀୟ ଟିମ ଗଣ୍ଡାଧାର ନିକଟ ଗୋଛାବାଡି ଛକ ଠାରେ ୨୧ ନଂ ରାଜ୍ୟ ରାଜପଥକୁ ସମ୍ପୂର୍ଣ୍ଣ ଭାବେ ସିଲ କରାଯାଇଥିଲା । ରାସ୍ତା ନ ପାଇ ହୋଣ୍ଡା ସିଟି ଗାଡିଟି ପୁରୁଣା ଗୋଛାବାଡି ଗାଁ ଭିତରେ ଦେଇ ଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ରାସ୍ତା ନ ଥିବାରୁ ସକଳ ୬ ଟା ସମୟରେ କୌଶଳ କ୍ରମେ ସାହିର ରାସ୍ତା ପାର୍ଶ୍ଵରେ ଗାଡିଟି ଲକ କରି ଡ୍ରାଇଭର ସମେତ ଦୁଇ ସହଯୋଗୀ ଫେରାର ହଇଯାଇଥିବା ସୂଚନା ମିଳିଛି । ଗାଡିର ସନ୍ଧାନ ପାଇ ବିଭାଗୀୟ ଟିମ କାର ଟିକୁ ଜବତ କଲାବେଳେ ଗାଡିର ନମ୍ବର ପ୍ଲେଟ ଦୁଇଟି ଲଗାଯାଇଥିଲା । ହାଇ ସିକ୍ୟୁରିଟି ନମ୍ବର WB 02AC 5267 ତଳେ ଲାଗିଥିବା ବେଳେ OR 02BQ 7858 ନମ୍ବର ର ଏକ ଷ୍ଟିକର ଉପରେ ଲାଗିଥିଲା । ଗାଡିର ଡ଼ିକିରେ ୨୦ ପ୍ୟାକେଟ ଏବଂ ଭିତରେ ଦୁଇ ପ୍ୟାକେଟ ଗଞ୍ଜେଇ ରହିଥିବା ଏବଂ ୧୧୦ କେଜି ରୁ ୧୨୦ କେଜି ଆକଳନ କରି ଆନୁମାନିକ ମୂଲ୍ୟ ୧୨ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବା ବିଭାଗ ପକ୍ଷରୁ ସୂଚନା ମିଳିଛି । ତେବେ ପୂର୍ବରୁ ଅନେକଥର ଜିଲାର ଅନେକ ସ୍ଥାନରେ ଗଞ୍ଜେଇ ମାଫିଆ ଧରାପଡ଼ିଥିବା ବେଳେ ବର୍ତ୍ତମାନ ଜଗନ୍ନାଥ ପ୍ରସାଦ ଅଞ୍ଚଳରେ ପ୍ରଥମଥର ପାଇଁ ଏତେ ମାତ୍ରାରେ ଗଞ୍ଜେଇ ଚୋରା ଚାଲାଣବେଳେ ଧରାପଡିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଚଢ଼ାଉ ବେଳେ ବିଭାଗୀୟ ଏସଆଇ ସୁଦର୍ଶନ ବିଶୋୟୀ,ବ୍ରଜ ବିହାରୀ ନାୟକ, କନେଷ୍ଟବଳ କୁମୁଦ ଚନ୍ଦ୍ର ପ୍ରଧାନ, କପିଳାସ ଭତ୍ରା, ବଳରାମ ଜେନା, ବିବେକାନନ୍ଦ କ୍ଷେତି, କୈବଲ୍ୟ ସ୍ୱାଇଁ, ପ୍ରବୀର କୁମାର ସାମଲ ସନ୍ତୋଷ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ଯୋଜନା ବଦ୍ଧ ଭାବେ ନିଜ ଜାଲରେ ଫସାଇବାକୁ ସମ୍ଭବ ହୋଇଥିଲେ । ତେବେ ଗଞ୍ଜେଇ ଚାଲାଣ ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଛି ଇଣ୍ଟେଲିଜେନ୍ସ ଅଫ ବ୍ୟୁରୋ ବିଭାଗ ବ୍ରହ୍ମପୁର । ପର ମୁହୂର୍ତ୍ତରେ ଘଟଣା ସମ୍ପର୍କରେ ସବିଶେଷ ସୂଚନା ବିଭାଗ ପକ୍ଷରୁ ଗଣମାଧ୍ୟମକୁ ପ୍ରଦାନ କରିବାକୁ ଜଣାଇଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )