ଗଞ୍ଜେଇ ଚାଲାଣ ଘଟଣାରେ ୩ଗିରଫ; ବାଇକ ଓ ଗଞ୍ଜେଇ ଜବତ ।

0 1,124

ଭଞ୍ଜନଗର,୨୦/୦୩(ପିପିଟି); ପଡୋଶୀ କନ୍ଧମାଳ ଜିଲ୍ଲାରୁ ପ୍ରତିଦିନ ବିଭିନ୍ନ ସ୍ଥାନକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅଧିକାଂଶ ସମୟରେ ବହୁ ମାଫିଆ ପୋଲିସ ହାବୁଡ଼ରେ ଧରା ପଡୁଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ବନ୍ଦ ହୋଇ ପାରିନାହିଁ।ସୂଚନା ମୁତାବକ କୌଣସି ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଭଞ୍ଜନଗର ପୋଲିସ ସବ ଇନିସ୍ପେକ୍ଟର ଲିତା ରାଣୀ ପରିଡ଼ା ଗଞ୍ଜେଇ ଚାଲାଣ ହେଉଥିବା ଖବର ପାଇ ଜାତୀୟ ରାଜପଥ ୧୫୭ ଅନ୍ତର୍ଗତ ଗଣ୍ଡିସୁଳା ଛକ ନିକଟରେ ଅନ୍ୟ ପୋଲିସ କର୍ମଚାରୀଙ୍କୁ ନେଇ ସେଠାରେ ଛକି ରହିଥିଲେ।ଶୁକ୍ରବାର ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ଏକ ନାଲି ରଙ୍ଗର ବାଇକ ନଂ ଓଡ଼ି ୩୩ ଆର-୪୫୦୬ରେ ୩ଜଣ ଯୁବକ ଆସୁଥିବା ଦେଖି ସନ୍ଦେହରେ ସେମାନଙ୍କୁ ପୋଲିସ ଅଟକାଇ ତଲାସୀ ନେବାରେ ସେମାନେ ଧରିଥିବା ଏକ ବ୍ୟାଗରୁ ଗଞ୍ଜେଇ ବାହାରିଥିଲା। ଏହି ଘଟଣାରେ ଜଡ଼ିତ ୩ଜଣଙ୍କୁ ପୋଲିସ ଗିରଫ କରିବା ସହ ଗଞ୍ଜେଇ ଓ ବାଇକ କୁ ମଧ୍ୟ ଜବତ କରିଥିଲା। ଅଭିଯୁକ୍ତ ମାନେ ହେଲେ କନ୍ଧମାଳ ଜିଲ୍ଲା ଗୋଟିଙ୍ଗିଆର ଚନ୍ଦନ ଦିଗାଲ(୨୨) ଓ ସାଧବ ଦିଗାଲ(୨୨) ଏବଂ ଅନ୍ୟ ଜଣେ ବାଲିଗୁଡାର କିରଣ ପ୍ରଧାନ(୨୩) ବୋଲି ଜଣାପଡ଼ିଛି।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇ କୁ ଓଜନ କରିବାରେ ତାହା ୯କେଜି ୧୫୦ଗ୍ରାମ ଥିବା ଜଣାପଡ଼ିଛି।ଜବତ ଗଞ୍ଜେଇ ବାଲିଗୁଡ଼ାରୁ ଭୁବନେଶ୍ୱର ଚାଲାଣ ହେଉଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.