ଗଞ୍ଜାମ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ପୋଲସରା ଗସ୍ତ।

0 321

ପୋଲସରା,୦୯/୦୬(ପିପିଟି):ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ ସଚିଦାନନ୍ଦ ନାୟକ ଆଜି ପୋଲସରା ଗସ୍ତରେ ଆସିଥିଲେ। ଏହି ଅବସରରେ ଶ୍ରୀ ନାୟକ ପୋଲସରା ବ୍ଳକ ଅନ୍ତର୍ଗତ ଜେ ଡେଙ୍ଗାପଦର ପଞ୍ଚାୟତର ମର୍ଦରାଜ ପୁର ନିକଟରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ନିର୍ମାଣାଧୀନ ସେପ୍ଟେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ପରିଦର୍ଶନ କରିଥିଲେ ଏବଂ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକଙ୍କ ଗସ୍ତ ସମୟରେ ପରିଷଦର ଅଧ୍ୟକ୍ଷା ସଙ୍ଗୀତା ବେହେରା,ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା , ନିର୍ବାହୀ ଅଧିକାରୀ ଦୁର୍ଯୋଧନ ସାହୁଙ୍କ ସମେତ ପରିଷଦର କର୍ମଚାରୀ ମାନେ ଉପସ୍ଥିତ ଥିଲେ।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.