ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ ।

0 242

ଦିଗପହଣ୍ଡି, ୧୫/୦୨(ପିପିଟି); ରାଜ୍ୟ ସରକାରଙ୍କ ସାମଗ୍ରିକ ବିଫଳତା ସାଙ୍ଗକୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ର ଦରଦାମ ନିୟନ୍ତ୍ରଣ ରେ କେନ୍ଦ୍ର ସରକାରଙ୍କ ଅହେତୁକ ନିରବତା ପ୍ରତିବାଦ ରେ ପ୍ରଦେଶ କଂଗ୍ରେସ କମିଟି ର ଡାକରା କ୍ରମେ ସୋମବାର ଦିଗପହଣ୍ଡି ରେ କଂଗ୍ରେସ ପକ୍ଷରୁ ବନ୍ଦ ପାଳନ ଶାନ୍ତିପୂର୍ଣ୍ଣ । ଓଡିଶା ବନ୍ଦର ପ୍ରଭାବ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସହରରେ ଦେଖିବାକୁ ମିଳିଛି। କଂଗ୍ରେସ କର୍ମୀ ମାନେ ରାୟଗଡା ବ୍ରହ୍ମପୁର ମୁଖ୍ୟ ରାଜରାସ୍ତା ଉପରେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସେହିପରି ସ୍ୱତଃ ପ୍ରବୃତ୍ତ ଭାବେ ଗାଡି ମୋଟର ଚଳାଚଳ ଏବଂ ଦୋକାନ ବଜାର ବନ୍ଦ ରହିଥିବା ବେଳେ ବନ୍ଦକୁ ସମର୍ଥନ ରହିଥିବା ଦେଖିବାକୁ ମିଳିଥିଲା । ଗଞ୍ଜାମ ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ତଥା ଦିଗପହଣ୍ଡି ଏନ୍ଏସି ର ପୂର୍ବତନ ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା, କଂଗ୍ରେସ କାର୍ଯ୍ୟ କର୍ତ୍ତା ବିକାଶ କୁମାର ପଶୁପାଳକ,ବନଜା ପଣ୍ଡା, କେ.କୁନା,ଦୀପକ କୁମାର ମିଶ୍ର, ରସାନନ୍ଦ ରାଉତ, ଅଭିମନ୍ୟୁ ଜାନୀ, ଏମ୍. ବାଇନାଥ, ଶିବ ସାହୁ,ଶଙ୍କର ରାଓ, ସରୋଜ କୁମାର ଦଳେଇ,ପ୍ରଶାନ୍ତ ପଣ୍ଡା,ଚନ୍ଦନ ସେଠୀ,ଶୁଭଙ୍କର ମାଳି, ମହେନ୍ଦ୍ର ସାହୁ, ୱାଇ .ରବିକୁମାର, ଡମ୍ବରୁଧର ବେହେରା,ଦିବାକର ପ୍ରଧାନ,ସନ୍ତୋଷ ରେଡ୍ଡୀ ପ୍ରମୁଖ ବହୁ ସଂଖ୍ୟକ ଦଳୀୟ ନେତୃବୃନ୍ଦ ଏବଂ କର୍ମୀ ସ୍ଥାନୀୟ ବସଷ୍ଟାଣ୍ଡ ୧୭ ନଂ. ରାଜ୍ୟ ରାଜପଥକୁ ଅବରୋଧ କରିବାରୁ ରାସ୍ତା ରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ଥିଲା ।

(ରିପୋର୍ଟ- ଆରତ କୁମାର ହୋତା। )

Leave A Reply

Your email address will not be published.