ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ପଳାସୀ ଗ୍ରାମରେ ଅଖିମୁଠିର ଶୁଭାରମ୍ଭ ।

0 283

ହିଞ୍ଜିଳିକାଟୁ,୨୩/୪(ପିପିଟି): ଓଡିଶା ପ୍ରଦେଶ କିଷାନ ଗଂଗ୍ରେସଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲା କିଷାନ କଂଗ୍ରେସ ତରଫରୁ ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ପଞ୍ଚାୟତର ପଳାସି ଗ୍ରାମରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରବିବାର ଦିନ ଅଖିମୁଠି ଧାନ ବୁଣା ଅନୁକୁଳ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ଦିନ ଯୁଗ ଯୁଗରୁ ଦେବତା ଓ ମୁନିଋଷି ମାନେ ହିଁ ପ୍ରଥମେ ଧରାବକ୍ଷରେ ଧାନ ବିହନ ବୁଣୁଥିଲେ । ଯାହା ଫଳରେ ଆଜିର ଦିନକୁ ଚାଷୀ ତା କ୍ଷେତରେ ଅଖିମୁଠି ଶୁଭାରମ୍ଭ କରାନ୍ତି । ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ପଦ୍ମଚରଣ ସାହୁଙ୍କ ନେତୃତ୍ୱରେ ପଳାସୀ ଗ୍ରାମରେ ଆୟୋଜିତ କୃଷକ ଦିବସ/ ଅକ୍ଷୟ ତୃତୀୟା ଦିବସ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ବ୍ଳକର କୃଷକ ଭାଇମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅଖିମୁଠି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ଶୁଭ କାର୍ଯ୍ୟରେ ରାଜ୍ୟ କୃଷକ ସେଲର ଉପସଭାପତି ସୁବାଷ ରାଉତ, ରାଜ୍ୟ କୃଷକ ସେଲର ସମ୍ପାଦକ ସାଇରାମ ପାତ୍ର,ଜିଲ୍ଲା କୋଡ଼ିନେଟର ରାମନାରାୟଣ ବିଶ୍ୱାସରାୟ,ନଗର ସଭାପତି ସୁନାରାମ ସାବତ,କୃଷକ ସଫଳ ଚାଷୀ କୃଷକ ଶ୍ୟାମସୁନ୍ଦର ଦୋରା ପ୍ରମୁଖଙ୍କ ସମେତ ଉକ୍ତ ସାଭାରେ ଯୋଗ ଦେଇଥିଲେ ।ହିଞ୍ଜିଳି କୃଷି ବିଭାଗୀୟ ଅଧିକାରୀ ମାନଙ୍କ ଦ୍ୱାରା କରାଯାଉଥିବା ମାନମୁଖୀ କାର୍ଯ୍ୟକ୍ରମକୁ ନେଇ ସଭାରେ ପ୍ରତିବାଦ କରାଯାଇଥିଲା । ସରକାରଙ୍କ ଅଖିମୁଠି କାର୍ଯ୍ୟକ୍ରମ ଦଳମତ ନିର୍ବିଶେଷ ହେତୁ ସର୍ବଦଳୀୟ ଭାବେ ଏହି ଅଖିମୁଠି କାର୍ଯ୍ୟକ୍ରମ ହେବାର ଉପଯୁକ୍ତ ବିଧେୟ ଥିଲା କିନ୍ତୁ ହିଞ୍ଜିଳି ବ୍ଳକ୍ କୃଷି ବିଭାଗ ପ୍ରଶାସନିକ ଅଧିକାରୀ କେବଳ ଶାସକ ଦଳର କର୍ମୀ ମାନଙ୍କୁ ନେଇ ଅଖି ମୁଠି କାର୍ଯ୍ୟକ୍ରମ ସମ୍ପାଦନା କରି ଥିବାରୁ ଆଗାମୀ ଦିନରେ ଏହାକୁ ପ୍ରତିବାଦ କରାଯିବା ସହ କୃଷି ବିଭାଗ କାର୍ଯ୍ୟଳୟରେ ତାଲା ପକାଇ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ପଦ୍ମ ଚରଣ ସାହୁ ମନ୍ତବ୍ୟ ଦେଇଛନ୍ତି ।
(ରିପୋର୍ଟ- ଅଜିତ୍ କୁମାର ପଟ୍ଟନାୟକ। )

Leave A Reply

Your email address will not be published.