ଗଞ୍ଜାମ ଜିଲ୍ଲାର ସାମ୍ବାଦିକ ଗଣ ମହାମାରୀ ସମୟରେ ଯେଉଁଭଳି ଭାବେ କାର୍ଯ୍ୟକରିଛନ୍ତି ତାହା ଉଚ୍ଚ ପ୍ରଶଂସନୀୟ- ଜିଲ୍ଲାପାଳ ।

0 434

ଛତ୍ରପୁର,୧୬/୧୧(ପିପିଟି): ଛତ୍ରପୁରସ୍ଥିତ ଶିବ କୁମାର ପଟ୍ଟନାୟକ ରିଡିଂ ରୁମ୍ ପରିସରରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ୍ ଦିବସ ମହା ସମାରୋହରେ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଯୋଗଦାନ କରି ନିଜ ବକ୍ତବ୍ୟରେ ଜଣାଇଥିଲେଯେ, ଗଞ୍ଜାମ ଜିଲ୍ଲାର ସାମ୍ବାଦିକଗଣ ମହାମାରୀ ସମୟରେ ଯେଉଁଭଳି ଭାବରେ ବିପଦକୁ ଖାତିର୍ ନକରି କାର୍ଯ୍ୟକରି ଲୋକଙ୍କୁ ସଚେତନତାର ବାର୍ତ୍ତା ପହଞ୍ଚାଇଥିଲେ ତାହା ପ୍ରଶଂସାର ପାତ୍ର । ଏ ଦିଗରେ ସେମାନଙ୍କୁ ଯେତେ ପ୍ରଶଂସାକଲେ ମଧ୍ୟ ତାହା କମ୍ ହେବ । ଏହି ଉପଲକ୍ଷେ “ବିଶ୍ବ ମହାମାରୀ ପରିପ୍ରେକ୍ଷୀରେ ଗଣ ମାଧ୍ୟମ: ଏକ ନୂତନ ଆହ୍ବାନ” ଶୀର୍ଷକ ଉପରେଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସାମାଜିକ କର୍ମୀ ଅରୁଣ ଶତପଥୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟ ବକ୍ତା ଡା. ଭି. ରାଜେନ୍ଦ୍ର ରାଜୁ, ପ୍ରତିନିଧି ଓଡିଶା ଟୁଡେ ଗଣ ମାଧ୍ୟମ ଓ ପ୍ରତିନିଧିଙ୍କ ମହାମାରୀ ସମୟରେ ଭୂମିକା ଓ କର୍ତ୍ତବ୍ୟ ସମ୍ପର୍କରେ ବିଷଦ୍ ଆଲୋଚନା କରିଥିଲେ । ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଓ ଟିଭି ଜିଲ୍ଲା ପ୍ରତିନିଧି ଅଶୋକ କୁମାର ବ୍ରହ୍ମା, ଓଡିଶା ବାର୍ତ୍ତାର ମୁଖ୍ୟ ମନୋଜ କାନ୍ତ ଦାଶ, ଇ- ଟିଭି ପ୍ରତିନିଧି ସମୀର କୁମାର ଆଚାର୍ଯ୍ୟ, ନକ୍ଷତ୍ର ଟିଭି ପ୍ରତିନିଧି ଇତିଶ୍ରୀ ମହାନ୍ତି, ପର୍ଯ୍ୟଟନ ଭାରତର ସମ୍ପାଦକ ନାରାୟଣ ମହାଙ୍କୁଡ, ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ଶବର ତରେଇ, ପ୍ରଶାନ୍ତ କୁମାର ମହାରଣା, ସନ୍ତୋଷ କୁମାର ପାଢୀ, କୃପାସିନ୍ଧୁ ପଣ୍ଡା ଏବଂ ବରିଷ୍ଠ ନାଗରିକ ଭାନୁହଂସ ପଣ୍ଡା ପ୍ରମୁଖ ଆଲୋଚନାଚକ୍ରରେ ଭାଗ ନେଇଥିଲେ । ଜିଲ୍ଲାର ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧିମାନେ ଏହି ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ ଉପସ୍ଥିତ ଥିଲେ । ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଛତ୍ରପୁରର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୌରୀ ଶଙ୍କର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.