ଗଞ୍ଜାମ ଜିଲ୍ଲାର ଭୋଟର ତାଲିକା ପ୍ରକାଶ ।

0 556

ଛତ୍ରପୁର,୦୬/୦୧(ପିପିଟି): ଗଞ୍ଜାମ ଜିଲ୍ଲାର ସଂଶୋଧିତ ଭୋଟର ତାଲିକା ପ୍ରକାଶ ହୋଇଛି । ଆଜି ଗୁରୁବାର ପ୍ରକାଶିତ ତାଲିକାରେ ଜିଲ୍ଲାର ସର୍ବମୋଟ ୨୯୨୬୦୨୫ ଜଣ ଭୋଟର ଏହି ପ୍ରକାଶିତ ତାଲିକାରେ ଅଛନ୍ତି। ପ୍ରକାଶିତ ହୋଇଥିବା ଏହି ତାଲିକା ପୂର୍ଣ୍ଣାଙ୍ଗ ଓ ଚୂଡାନ୍ତ ତାଲିକା।ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ତାଲିକାର ପ୍ରସ୍ତୁତି ଗତ ତିନି ମାସ ଧରି ଚାଲିଥିଲା। ଗଞ୍ଜାମ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ଵିଜୟ ଅମୃତା କୁଲାଙ୍ଗେଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଚୁଡାନ୍ତ ତାଲିକା ପ୍ରକାଶ ପାଇଛି। ଭୋଟର ତାଲିକାରେ ରହିଥିବା ତ୍ରୁଟି ବିଚ୍ୟୁତିକୁ ସମ୍ପୂର୍ଣ୍ଣ ସଂଶୋଧନ କରାଯାଇଛି। ଗଞ୍ଜାମ ଜିଲ୍ଲାର ୧୫୨୩୩୦୯ ଜଣ ପୁରୁଷ ଭୋଟର, ୧୪୦୨୪୬୪ ଜଣ ମହିଳା ଭୋଟର ଏବଂ ୨୫୨ ଜଣ ତୃତୀୟ ଲିଙ୍ଗ ରହିଛନ୍ତି । ଚଳିତ ବର୍ଷ ପ୍ରଥମ କରି ଭୋଟର ହେଲ୍ପ ଲାଇନ ଆପ ମାଧ୍ୟମରେ ଭୋଟରଦାତାଗଣ ନିଜେ ନିଜର ତାଲିକା ଦେଖି ସଂଶୋଧନ କରିବାର ସୁଯୋଗ ପାଇଥିଲେ । ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରି ସଂଶୋଧନ କରିଥିଲେ। ସ୍ଥାନ ପରିବର୍ତ୍ତନ, ମୃତ ବ୍ୟକ୍ତିଙ୍କନାମ ବାଦ,୧୮ବର୍ଷ ବୟସ ଯୁବକ ନିଜ ନାମ ଭୋଟର ତାଲିକାରେ ସଂଯୋଗ କରିଥିଲେ। ଚୁଡାନ୍ତ ତାଲିକା ପ୍ରକାଶନ ଦିଗରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ୍, ବ୍ରହ୍ମପୁର ଉପ – ଜିଲ୍ଲାପାଳ ୱ. କୀର୍ତ୍ତି ୱାସନ,ଭଞ୍ଜନଗର ଉପ ଜିଲ୍ଲାପାଳ ରାଜେନ୍ଦ୍ର କୁମାର ମିଞ୍ଜ, ଛତ୍ରପୁର ଉପ ଜିଲ୍ଲାପାଳ ନୀଳ ମାଧବ ଭୋଇ,ସହକାରୀ ନିର୍ବାଚନ ଅଧିକାରୀ ପ୍ରମୋଦ କୁମାର ବେହେରା ଏବଂ ସମସ୍ତ ନିର୍ବାଚନ ପରିଚାଳନା ଅଧିକାରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.