କୋଦଳା,୨୯/୧୨; ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଇଲାକା ଓ କୋଦଳା ଅଞ୍ଚଳର ଅନତି ଦୂରରେ ଅବସ୍ଥିତ ଝାଡ଼େସ୍ୱର ଶୌବପୀଠ ଏକ ପାରମ୍ପରିକ ଶୌବପୀଠ ଅଟେ । କୋଦଳା ସହରର ପ୍ରସିଦ୍ଧ ଦଣ୍ଡିଶ୍ୱର ମନ୍ଦିର ଠାରୁ ମାତ୍ର ୮ କି. ମି ପଡେ ଝାଡ଼େଶ୍ୱର ଶୌବପୀଠ । କୃଷ୍ଣଗିରିର ପାଦଦେଶରେ ଅବସ୍ଥିତ ଏହି ଶୌବପୀଠ ପୌରାଣିକ ତତ୍ତ୍ୱକୁ ବହନ କରିଥିବାର କିମ୍ବଦନ୍ତୀ ରହିଅଛି ।ଏହା ଜନମାନସରେ ରହିଥିଲେ ମଧ୍ୟ ରାମାୟଣ ଯୁଗର ରାମଲକ୍ଷ୍ମଣ ଓ ସୀତା ଦେବୀଙ୍କର ବନବାସ ସମୟରେ ଏଠାରେ ଅବସ୍ଥାନ କରିଥିବା ଲୋକକଥା ରହିଛି l ଗିରିବନ ସୁସୋଭିତା ଏହି ପାର୍ବତ୍ୟ ବେଳାଭୂମି ଅତି ମନୋରମ । କୁହାଯାଏ ଯେ, ରାମଚନ୍ଦ୍ର ତିନି ଶର ମାରି ତିନିଧାର ଜଳ ନିର୍ଗତ କରିଥିଲେ । ଏହା ଲୋକ କଥା ଅଟେ କିନ୍ତୁ ପ୍ରମାଣିକତତ୍ବ ଭାବେ ନିକଟରେ ତୁମ୍ଭେସ୍ୱର ବା ଋଷିକୂଲ୍ୟ ତଟଦେଶ ରାମଚନ୍ଦ୍ରଙ୍କ ଅବସ୍ଥାନ ସ୍ଥଳୀ ଥିବାର ପ୍ରମାଣିତ କୃଷ୍ଣଗିରି ପର୍ବତ ମୁନିଋଷି ମାନଙ୍କ ସାଧନାସ୍ଥଳୀ ଥିବାର ଲୋକ ମୁଖରୁ ପ୍ରସାରିତ ହୁଏ । ଏଣୁ ମୁନିଋଷି ମାନଙ୍କ ନିକଟର ସ୍ଥାନଟି ଶ୍ରୀରାମ ଚନ୍ଦ୍ରଙ୍କର ବସତି ସ୍ଥାନ ହୋଇଥାଏ । ପ୍ରକୃତି କୋଳ ମଣ୍ଡନ କାରି ଏହି କୃଷ୍ଣଗିରିର ଉପତ୍ୟାକାରେ ଅବସ୍ଥିତ ସୁଶୀତଳ ନିଝରିଣୀ ନିକଟରେ ଶୌବପୀଠ ଏକ ଦର୍ଶନିୟ ଓ ଶୌବଶାକ୍ତ ମିଳନ ସ୍ଥାନ ଅଟେ । ଏଠାରେ ଶିବ, ଗଣେଶ, କାର୍ତ୍ତିକ ଆଦି ଅନେକ ମନ୍ଦିର ରହିଛି । ତା ସହ ରାମଚଣ୍ଡୀ ପୀଠ ଏହି ଅଞ୍ଚଳର ଏକ ଶକ୍ତିପୀଠ ଅଟେ । ଐତିହ ତତ୍ତ୍ୱକୁ ଆଧାର କଲେ ଅନୁମାନ କରାଯାଏ ଯେ,ଏହି ଇଲାକା ଶୌଳଦଭବ ରାଜବଂଶର ରାଜତ୍ବ ଅଧୀନରେ ଥିଲା । ସେମାନେ ଶୌବ ଭକ୍ତ ଥିଲେ । ଏଣୁ ଏ ଅଞ୍ଚଳରେ ଅନେକ ଶୌବ ପୀଠ ଦେଖାଯାଏ l ଏହି ପୀଠ ମଧ୍ୟ ଅତି ପ୍ରାଚୀନ ଅଟେ । ହୁଏନସାଙ୍କ ପ୍ରରିଭ୍ରମଣର ବୃତାନ୍ତରେ କୃଷ୍ଣଗିରିର କିମ୍ବଦନ୍ତୀ ପ୍ରମାଣ ମିଳେ । ଏହା ବୌଦ୍ଧ ସନ୍ୟାସୀ ମାନଙ୍କର ଏକ ସାଧନା ସ୍ଥଳୀ ଥିଲା । ଗଞ୍ଜାମ ଜିଲ୍ଲାର ଅନେକ ପର୍ଯ୍ୟଟନ ସ୍ଥଳୀ ମଧ୍ୟରେ ଝାଡ଼େଶ୍ୱର ପୀଠ ଧାର୍ମିକ ତଥା ଦର୍ଶନିୟ ସ୍ଥାନର ଅଧିକାର ଅଟେ । ଏଠାରେ ଥିବା ଜଳ କୁଣ୍ଡର ଶଶିତଳ ଜଳରାସି ପବିତ୍ର ଅଟେ । ଏଣୁ ଅଞ୍ଚଳବାସି ପ୍ରତିବର୍ଷ ତିଳସପ୍ତମି ଦିନ ବୁଡ଼ ପକାନ୍ତି । ଅନୁମିତ ହୁଏ ଯେ,ଏହି ପୀଠ ମଧ୍ୟ ସୂର୍ଯ୍ୟଦେବଙ୍କ ପୂଜିତ ଅର୍କ କ୍ଷେତ୍ର । ମନ୍ଦିର ଗୁଡିକର କାରୁ କାର୍ଯ୍ୟ ଅତି ପ୍ରାଚୀନ । ଏହା ଗଙ୍ଗବଂଶୀୟ କଳାକୃତିର ଅନୁମାନ କରାଯାଏ । କିନ୍ତୁ ସ୍ପଟ ହୁଏ ନାହିଁ ଏହାର ନିର୍ମାଣ ସମୟ । କାରଣ ଏଠାରେ ଅନେକ ମନ୍ଦିର ଅଛି । ପ୍ରତ୍ୟେକ ମନ୍ଦିରର ନିର୍ମାଣ କଳାଶୌଳି ଭିନ୍ନ ଅଟେ । ଶୀତ ଋତୁରେ ପିକନିକ୍ ସ୍ପଟ ରୂପେ ବେଶ ପ୍ରସିଦ୍ଧ ।
(ସୌଜନ୍ୟ- ମୁନା ନାୟକ। )