ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ପର୍ଯ୍ଯାୟ; ବିଜେଡି ୨୧, ବିଜେପି ୧ ଜିଲ୍ଲା ପରିଷଦ ଆସନରେ ବିଜୟୀ ।

0 370

ବ୍ରହ୍ମପୁର,୨୮/୦୨(ପିପିଟି): ଗଞ୍ଜାମ ଜିଲ୍ଲାର ୬୯ ଜିଲ୍ଲା ପରିଷଦ ଆସନ ମଧ୍ଯରୁ ପ୍ରଥମ ପର୍ଯ୍ଯାୟରେ ୨୨ଟି ଆସନର ଫଳାଫଳ ପ୍ରକାଶ ପାଇଛି। ସମସ୍ତ ୨୨ଟି ଆସନ ବିଜେଡି ସପକ୍ଷରେ ଯାଇଛି। ଦ୍ବିତୀୟ ପର୍ଯ୍ଯାୟ ଫଳାଫଳ ପ୍ରକାଶ ପରେ ବିଜେଡି ୨୧ ଓ ବିଜେପି ୧ ଆସନ ହାତେଇଛନ୍ତି । ବେଲଗୁଣ୍ଠା ବ୍ଲକର ୪୮ ନମ୍ବର ଜୋନ ବିଜେପି ସପକ୍ଷରେ ଯାଇଛି। ବିଜେପି ପ୍ରାର୍ଥୀ ସୁଧିର କୁମାର ଜେନା ୧୦୫୦୦ ଭୋଟ ପାଇ ବିଜୟୀ ହୋଇଥିବାବେଳେ ବିଜେଡି ପ୍ରାର୍ଥୀ ପଞ୍ଚାନନ ନାୟକ ୧୦୦୫୩ ଭୋଟ ପାଇଛନ୍ତି। ଦ୍ବିତୀୟ ପର୍ଯ୍ଯା ଫଳାଫଳ ସୁଦ୍ଧା ବିଜେଡି ୪୩ ଓ ବିଜେପି ୧ ଟି ଆସନ ପାଇଛନ୍ତି।

Leave A Reply

Your email address will not be published.