ଗଞ୍ଜାମ ଜିଲ୍ଲାପାଳ ଶେରଗଡ ବ୍ଲକରେ ସ୍ଥିତି ସମୀକ୍ଷା କଲେ ।

0 670

ଶେରଗଡ,ତା-୨୭/୦୬(ପିପିଟି); କରୋନା ଆତଙ୍କରେ ସମଗ୍ର ବିଶ୍ୱର ଜନ ସାଧାରଣ ଆତଙ୍କିତ ବେଳେ ଗଞ୍ଜାମ ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ବଢିବା ରେ ରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଆଜି  ଜିଲ୍ଲାପାଳ ବିଜୟ ଅମୃତ କୂଲାଙ୍ଗେ ଶେରଗଡ଼ ବ୍ଲକ ଗସ୍ତ ରେ ଆସି ଶେରଗଡ଼ ପଞ୍ଚାୟତ ସମିତି କଯ୍ୟାଳୟ ରେ  କୋଭିଡ଼- ୧୯ ର  ସ୍ଥିତି ସମ୍ପର୍କରେ ବ୍ଲକର ଅଧିକାରୀ ଙ୍କ ସହ ଆଲୋଚନା କରି ପରୀଖି ଥିଲେ ଏବଂ ଶେରଗଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ କିପରି କରୋନାର ପ୍ରଭାବ ରୋକିବାପାଇଁ କିଭଳି ପଦକ୍ଷେପ ମାନ ଗ୍ରହଣ କରିଛନ୍ତି ସେ ଉପରେ ଅନୁଧ୍ୟାନ କରିଥିଲେ । ବୈଠକରେ ବିଡ଼ିଓ  ସୁରଞ୍ଜନ କୁମାର ସାହୁ , ତହସିଲଦାର ଡ଼. ଦୟାସିନ୍ଧୁ ପରିଡା,ଶେରଗଡ଼ ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ଏବଂ ମହୁପଦର ପିଇଓ ଜି. ରବିକୁମାର ଏବଂ ବ୍ଲକର ସମସ୍ତ ଅଧିକାରୀଙ୍କ ଉପସ୍ଥିତିରେ କରୋନାକୁ କିପରି ରୋକାଯାଇପାରିବ ସେ ଉପରେ ଆଲୋଚନା କରାଯାଇଥିଲା । ପରେ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ମହୁପଦର କୋଭିଡ଼ ୧୯ କେୟାର ମେଡ଼ିକାଲ ପରିଦର୍ଶନ କରିଥିଲେ ସ୍ଥିତି ପରଖୀ ଥିଲେ ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.