ଗଞ୍ଜାମ ଜିଲ୍ଲାପାଳଙ୍କ ସାନଖେମୁଣ୍ଡି ବ୍ଲକ ଗସ୍ତ ।

0 1,583

ସାନଖେମୁଣ୍ଡି,୧୭/୦୮(ପିପିଟି); ସମ୍ପ୍ରତି ମହାମାରୀ କରୋନା ସଂକ୍ରମଣ ଜନିତ ସମସ୍ୟା କାରଣରୁ ସାଧାରଣ ଜୀବନ ଜାପନ କରୁଥିବା ନିରୀହ ମନୁଷ୍ୟ ମାନଙ୍କ ଉପରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ପଡିଛି । ଜିଲ୍ଲା ପ୍ରଶାସନ ଲକ ଡାଉନ ଓ ସଟ ଡାଉନ,କଣ୍ଟେଇନମେଣ୍ଟ ଜୋନ୍,୧୪୪ ଧାରା ଆଦି ପ୍ରୟୋଗ କରି ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣ ରୋକିବା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ସ୍ଥାନୀୟ ପ୍ରଶାସନକୁ କୋଭିଡ଼-19 ର ମୁକାବିଲା କରିବା ନିମନ୍ତେ ନିୟୋଜିତ କରିଅଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଦୀର୍ଘ ୫ମାସ ରୁ ଉର୍ଦ୍ଧ୍ବ ଦିନ ଧରି ସରକାରଙ୍କ ଗ୍ରାମର ଉନ୍ନୟନମୂଳକ କାର୍ଯ୍ୟ ଧାରା ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି । ଜିଲ୍ଲାକୁ ପ୍ରବସୀ ମାନଙ୍କ ଆଗମନ ଏବଂ ଜିଲ୍ଲାବାସୀଙ୍କୁ କରୋନା ସଂକ୍ରମଣରୁ କିଭଳି ଭାବେ ରକ୍ଷା କରିବାକୁ ଉଦ୍ୟମ କରି ଏଥିରେ ସଫଳ ହୋଇଥିବା ମଧ୍ୟ ଜଣାପଡୁଛି । ଜିଲ୍ଲାରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଥିବାରୁ ପ୍ରଶାସନର କରୋନା ଲଢେଇ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି । ଏଭଳି ସାମ୍ପ୍ରତିକ ସ୍ଥିତିକୁ ଅନୁଧ୍ୟାନ କରି ଅଟକି ରହିଥିବା ସାଧାରଣ ଲୋକ ମାନଙ୍କ ଜୀବନ ଜୀବିକା କିଭଳି ଭାବେ ସେମାନେ ପୁଣି ଫେରିପାଇବେ ସେଥିପାଇଁ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଅନ୍ତର୍ଗତ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଗୁଡିକ କ୍ରିୟାଶୀଳ କରିବାକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମ୍ବୃତ କୁଲାଙ୍ଗେ ଆଜି ନିଜର ମତାମତ ରଖିଛନ୍ତି । ଆଜି ଗଞ୍ଜାମ ଜିଲ୍ଲାପାଳ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଆଡପଡା ଏବଂ ପୋଡାମାରି ପଞ୍ଚାୟତ ଗସ୍ତ କରିଥିଲେ । ଆଡପଡା ଗ୍ରାମର ଇଶାଣେସ୍ୱର ମନ୍ଦିର ରେ ହୋଇଥିବା ବିଜୁ ଶିଶୁ ଉଦ୍ୟାନ କାର୍ଯ୍ୟ ଏବଂ ସୌନ୍ଦର୍ଯ୍ୟ କୁ ନିରୀକ୍ଷଣ କରିଥିଲେ । ସେହିପରି ପୋଡାମାରିରେ ଚାଷୀ ମାନଙ୍କ ପାଇଁ ନିର୍ମାଣ ହୋଇଥିବା ସେଚ କୂପକୁ ପରିଦର୍ଶନ କରିଥିଲେ । ବିଡିଓ ଗାୟତ୍ରୀଦତ୍ତ ନାୟକଙ୍କ ସହ ଆଲୋଚନା କରି ଦୀର୍ଘ ଦିନ ଧରି କରୋନା ଜନିତ କାରଣରୁ ଅଟକିରହିଥିବା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟ ଆବାସ ଯୋଜନା,ଆଦର୍ଶ ଗାଈ ଗୁହାଳ,ବିଜୁ ପକ୍କାଘର,ମୋ କୁଡିଆ,ବିଶ୍ରାମ ଗାର ଏଭଳି ଅନେକ କାର୍ଯ୍ୟକୁ କିଭଳି ଭାବେ ତ୍ବରାନ୍ବିତ କରାଯାଇ କାର୍ଯ୍ୟକୁ ଆଗକୁ ନିଆଯିବ ସେ ଉପରେ ଆଲୋଚନା କରିଥିଲେ । ଆଡପଡା ସରପଞ୍ଚ ନୀଳମାଧବ ରାଉତ,ସମିତି ସଭ୍ୟ ସୁରେନ୍ଦ୍ର ବାରିକ,ମନ୍ଦିରର ସମସ୍ତ କମିଟି ବୃନ୍ଦ,ନବଘନ ପ୍ରଧାନ,ନିର୍ବାହୀ ଅଧିକାରୀ,କନିଷ୍ଟ ଯନ୍ତ୍ରୀ,ପୋଡାମାରି ସରପଞ୍ଚ ପ୍ରତିନିଧି ସନ୍ତୋଷ କୁମାର ବିଷୋୟୀ ପ୍ରମୁଖ ଜିଲ୍ଲାପାଳଙ୍କ ଗସ୍ତରେ ଉପସ୍ଥିତ ଥିଲେ । ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.