ଗଞ୍ଜାମ ଜିଲ୍ଲାପାଳଙ୍କ ଭଞ୍ଜନଗର ଗସ୍ତ: ସ୍ୱଚ୍ଛତାକୁ ଗୁରୁତ୍ୱ ।

0 459

ଭଞ୍ଜନଗର,୦୯/୧୦(ପିପିଟି); ଆଜି ସକାଳେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଭଞ୍ଜନଗର ଗସ୍ତରେ ଆସି ବିଭିନ୍ନ ଦୋକାନ ସାମ୍ନାରେ ଅଳିଆ ଆବର୍ଜନା ଜମା ହୋଇଥିବା ଦେଖି କ୍ଷୁବ୍ଧ ହୋଇଥିଲେ। ବିଶେଷ କରି ଉଠା ଜଳଖିଆ ଦୋକାନୀ ମାନେ ଅଇଁଠା ପତ୍ର ଓ ଫଳ ଦୋକାନୀ ମାନେ ରଦି କାଗଜ ସବୁ ଡ୍ରେନ ରେ ପକାଉଥିବା ଦେଖି ସ୍ୱଚ୍ଛତା ରକ୍ଷା କରିବା ପାଇଁ ସେମାନଙ୍କୁ ତାଗିଦ କରିଥିଲେ। ସବୁ ଦୋକାନ ଆଗରେ ଡ଼ଷ୍ଟବିନ ରଖି ସେଥିରେ ଅଳିଆ ପକେଇବାକୁ କହିବା ସହ ନିୟମ ଅମାନ୍ୟ କଲେ ସେସବୁ ଦୋକାନକୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଯାତ୍ରୀବାହୀ ବସରେ ସାନିଟାଇଜର, ଅକ୍ସି ମିଟର ରଖିବା ଓ ଯାତ୍ରୀମାନେ ମାସ୍କ ବ୍ୟବହାର ବାଧ୍ୟତା ମୂଳକ କରିବା ପାଇଁ ବସ କର୍ମଚାରୀଙ୍କୁ କହିଥିଲେ। ଏହାପରେ ଫିସେରି ନିକଟରେ ବର୍ଜ୍ୟ ବସ୍ତୁ ପରିଚାଳନା ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ ୨ମାସ ଭିତରେ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ଏଥିରେ ଜିଲ୍ଲାପାଳଙ୍କ ସହ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ବି.ଡ଼ି.ଓ ଅନୀଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ଏନ.ଏ.ସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.