ବ୍ରହ୍ମପୁର,୦୪/୦୩(ପିପିଟି): ଗଞ୍ଜାମ ଓକିଲ ସଂଘ ନିର୍ବାଚନ ଆସନ୍ତା ୨୫ ତାରିଖରେ ଅନୁଷ୍ଠିତ ହେବ । ଏଥୂପାଇଁ ଆଜି ଠାରୁ ପ୍ରାର୍ଥିପତ୍ର ଦାଖଲ ଆରମ୍ଭ ହୋଇଛି । ସଭାପତି ପଦବୀ ପାଇଁ ପ୍ରଥମ ଦିନରେ ସୁଧାଂଶୁ ଶେଖର ପଣ୍ଡା , ଜଗତ ମୋହନ ପଟ୍ଟନାୟକ, ମିନତୀ ରଥ, ରବୀନ୍ଦ୍ର କୁମାର ଦେଓ, ଡ଼ଃ ଶିବ ପ୍ରସାଦ ମିଶ୍ର ଆଦି ନିଜ ସମର୍ଥକମାନଙ୍କ ସହ ଯାଇ ନିର୍ବାଚନ ଅଧିକାରୀ ଅକ୍ଷୟ କୁମାର ପଟ୍ଟନାୟକଙ୍କ ନିକଟରେ ପାର୍ଥୀପତ୍ର ଦାଖଲ କରିଛନ୍ତି । ସେହିପରି ସୁଧୀର କୁମାର ମିଶ୍ର,ଟିଟୁ କୁମାର ପାତ୍ର ସମ୍ପାଦକ ପଦବୀ ପାଇଁ ପାର୍ଥୀପତ୍ର ଦାଖଲ କରିଥିବା ବେଳେ ସହ ସମ୍ପାଦକ ପଦବୀ ପାଇଁ ଗିରିଜା ଶଙ୍କର ବେହେରା ଓ ଜେ ଶ୍ରୀନିବାସ ପାର୍ଥୀପତ୍ର ଦାଖଲ କରିଥିବା ଜଣାପଡ଼ିଛି । ତେବେ ପ୍ରଥମ ଦିନରେ ସଭାପତି ପଦବୀ ପାଇଁ ୫ ଜଣ ,ସମ୍ପାଦକ ପଦବୀ ପାଇଁ ୨ଜଣ ଆଉ ସହସମ୍ପାଦକ ପାଇଁ ମଧ୍ୟ ୨ଜଣ ନିଜ ସମର୍ଥକଙ୍କ ସହ ଆସି ନାମାଙ୍କନ ଦାଖଲ କରିଛନ୍ତି । ରବିବାର ଏବଂ ସୋମବାର ଏହି ଦୁଇଦିନରେ ସମସ୍ତ ଇଛୁକ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡ଼ିଛି । ରବିବାର ଛୁଟି ଦିନ ହେଲେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ଥିବା ଯୋଗୁଁ ଗଞ୍ଜାମ ବାର ଖୋଲା ରହିବ ଏବଂ ଇଚ୍ଛୁକ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ଦାଖଲ କରିପାରିବେ ବୋଲି ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।
(ରିପୋର୍ଟ- ଆରତ କୁମାର ହୋତା। )