ଗଞ୍ଜାମ ଓକିଲ ସଂଘକୁ ଟ୍ଯାକ୍ସ ବାର ଓ ବିଧାୟକଙ୍କ ସହାୟତା।

0 346

ବ୍ରହ୍ମପୁର,୧୮/୦୬(ପିପିଟି); ଆଜି ଗଞ୍ଜାମ ଓକିଲ ସଂଘକୁ ଟ୍ଯାକ୍ସ ବାର ତରଫରୁ ୨୫ ଗୋଟି ଚାଉଳ ବସ୍ତା ପ୍ରଦାନ କରିଛନ୍ତି ଓ ଅନ୍ୟ ଜଣେ ଓକିଲ ବନ୍ଧୁ ଲୋକନାଥ ମିଶ୍ର ୧୫ ଗୋଟି ଚାଉଳ ପ୍ରଦାନ କରିଛନ୍ତି। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ୫୦ ପ୍ଯାକେଟ ରାସନ ଦେଇଛନ୍ତି । ଆଜି ସଙ୍ଘ ତରଫରୁ ୪୦ ଜଣ ଅତ୍ୟାବଶ୍ୟକ ଓକିଲ ବନ୍ଧୁଙ୍କୁ ଚାଉଳ ସହ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ସଂଘ ତରଫରୁ ଟ୍ଯାକ୍ସ ବାର ର ସମସ୍ତ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଉଛି। ଏଥିରେ ସଂଘ ସଭାପତି ଜନାର୍ଦନ ସୁବୁଦ୍ଧି,ଉପ ସଭାପତି ଭାଗୀ ରାଓ,ସମ୍ପାଦକ ପ୍ରଦୀପ ବେହେରା ,ଯୁଗ୍ମ ସମ୍ପାଦକ ସୁଧୀର କୁମାର ପାତ୍ର, ଯୁବ ଆଇନଜୀବୀ ଜଗନାଥ ମିଶ୍ର, ବି. ଦୁର୍ଗା ରାଓ,ଅସିତ ସାବତ,ତାପସ ସାହୁ,ସୂର୍ଯ୍ୟ ସୁବୁଦ୍ଧି,ନାଗେଶ୍ୱର ରାଓ,ସୁଧୀର ମିଶ୍ର, ପ୍ରଦୀପ ପଣ୍ଡା ,ବରୁଣ ଗୌଡ଼,ଲୋକନାଥ ପୂଜାରୀ ପ୍ରମୂଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.