ଗଞ୍ଜାମରେ କରୋନା ପଜିଟିଭ ସଂଖ୍ୟା ୧୨୫ ରେ ପହଞ୍ଚିଲା । ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୩୭୭ ।

0 1,136

ଭୁବନେଶ୍ଵର ,(ପିପିଟି)୧୦/୦୫ ,ଗଞ୍ଜାମ ଜିଲ୍ଲାରେ  ଆଉ ୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଗଞ୍ଜାମରେ କରୋନା ପଜଟିଭ୍ ସଂଖ୍ୟା ୧୨୫ରେ ପହଞ୍ଚିଛି । ଏହା ସହ ରାଜ୍ୟରେ  ଆକ୍ରାନ୍ତ ସଂଖ୍ୟା ୩୭୭ ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ୫୯୭୮୦ ଜଣଙ୍କ ଟେଷ୍ଟ ସରିଛି । ସେଥି ମଧ୍ୟରୁ  କରୋନା ପଜେଟିଭ  ୩୭୭ ଚିହ୍ନଟ ହୋଇଛନ୍ତି । ୬୮ ଜଣ ସୁସ୍ଥ ହୋଇଥିବା ବେଳେ ୩୦୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୩ ଜଣଙ୍କର ମୃତ୍ୟୁ ଘଟିଛି ।ଆଜିର ଦ୍ବିତୀୟ ଆପଡେଟ୍ ପରେ ନୂତନ ଆକ୍ରାନ୍ତ ଚିହ୍ନଟ ମଧ୍ୟରେ ଗଞ୍ଜାମ ୭,ଭଦ୍ରକ ୬,ଅନୁଗୁଳ ୨ ଏବଂ ବୌଦ୍ଧ  ୩ ।ସ୍ୱସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି ।ବର୍ତ୍ତମାନ ଓଡିଶାରେ ଗଞ୍ଜାମ ଜିଲ୍ଲା ପ୍ରଥମ ସ୍ଥାନରେ ରହିଛି ।

Leave A Reply

Your email address will not be published.