ପାରଳାଖେମୁଣ୍ଡି,ତା-୧୪/୦୭(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨୮୦ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୨୫୫, ଚିକିତ୍ସିତ ସଂଖ୍ୟା ୪୯୨୯, ମୃତ ସଂଖ୍ୟା ୭୪ ଓ ଅନ୍ଯ ମୃତ ସଂଖ୍ୟା ୨୨। ରାଜ୍ୟରେ ନୂତନ ଆକ୍ରାନ୍ତ ୫୪୩ ଚିହ୍ନଟ ହୋଇଥିବା ବେଳେ,ସେଥି ମଧ୍ୟରୁ ଗଜପତି ଜିଲ୍ଲାରେ ନୂତନ ଆକ୍ରାନ୍ତ ୨୯ ଚିହ୍ନଟ ହୋଇଛନ୍ତି । ଗଜପତି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୪୩ ରେ ପହଞ୍ଚିଛି । ସେଥି ମଧ୍ୟରୁ ୪୪୯ ଜଣ ସୁସ୍ଥ ହୋଇଛନ୍ତି , ୧୯୩ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ଜଣଙ୍କର ମୃତ୍ୟୁ ଘଟିଛି ।