ରାଇରଙ୍ଗପୁର-୨୫/୦୯(ପିପିଟି); ମୟୁରଭଞ୍ଜ ଜିଲ୍ଲା ତିରିଂ’ଥାନା ଅନ୍ତର୍ଗତ ଭିତରାମଦା ଗ୍ରାମପଞ୍ଚାୟତ ଫଟାଟାଙ୍ଗର ଗ୍ରାମ ଦେଓରାୟଡି ଛୋକ ନିକଟରେ ଘଟିଥିବା ମର୍ମନ୍ତୁଦ ଦୂର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଫଟାଟାଙ୍ଗର ଗ୍ରାମର ବୁନୁ ସୁଣ୍ଡି(୨୩) ମାସେ ପୂର୍ବରୁ ନେଇଥିବା ନୂତନ ଗ୍ଲାମର’ ମୋଟରସାଇକଲ ନଂ ଓଡି୧୧ଟି/୧୮୭୭’ରେ ଦଲସରା ଗ୍ରାମର ପରାନ ହେମ୍ବ୍ରମ(୨୫)’ଙ୍କ ସହିତ ଦୃତ ଗତିରେ ଫଟାଟାଙ୍ଗର ଗ୍ରାମ ପଟୁ ଦେଓରାୟଡି ଛୋକ ପଟକୁ ଆସୁଥିଲା ବେଳେ ଭାରସାମ୍ୟ ହରାଇ ଏକ ଆକାଶିଆ ଗଛରେ ପିଟି ହୋଇଥିଲେ।ଘଟଣାଟି ପାଖାପାଖି ଅପରାହ୍ନ ୪.୩୦ମିନିଟ୍ ସମୟରେ ଘଟିଥିଲାବେଳେ ଘଟଣାସ୍ଥଳରେ ବାଇକ ଚାଳକ ବୁନୁ ସୁଣ୍ଢି’ଙ୍କ ମୃତ୍ୟୁ ଘଟିଥିଲା ଏବଂ ଦଲସରା ଗ୍ରାମର ପରାନ ହେମ୍ବ୍ରମ’ଙ୍କ ଅଣ୍ଟା ଭାଙ୍ଗି ପେଟରୁ ଅନ୍ତବୁଜୁଳା ବାହାରି ଗୁରୁତର ଆହତ ହୋଇଥିବା ପ୍ରତ୍ୟକ୍ଷଦର୍ଶି’ଙ୍କ ଠାରୁ ପ୍ରକାଶ । ଘଟଣା ସ୍ଥଳରେ ଆମ୍ବୁଲ୍ୟାନ୍ସ ପହଞ୍ଚି ଉଭୟଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲା। (ରିପୋର୍ଟ- ଅକ୍ଷୟ କୁମାର ବିଶ୍ବାଳ ।)