ମାଲକାନଗିରି,୦୫/୦୧(ପିପିଟି): ଖାଦ୍ଯ ଅନ୍ବେଷଣରେ ମା’ ଭାଲ୍ଲୁ ସହ ଛୁଆ ଭାଲ୍ଲୁ ଗାଁ ଆସିଥିବା ବେଳେ କୌଣସି କାରଣରୁ ଛୁଆ ଭାଲ୍ଲୁଟି ଜଙ୍ଗଲକୁ ନଫେରି ଏକ ଗଛରେ ଚଢି ଅଟକି ରହିଛି । ସକାଳେ ଗ୍ରାମବାସୀମାନେ ଭାଲ୍ଲୁ ଛୁଆଟିକୁ ଗଛରେ ଚଢିଥିବା ବନ ବିଭାଗକୁ ସୂଚନା ଦେଇଥିଲେ । ଫଳରେ ବନ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଗଛରୁ ଭାଲ୍ଲୁ ଛୁଆକୁ ତଳକୁ କିପରି ଓହ୍ଲାଇ ହେବ ପ୍ରୟାସ ଜାରି ରଖିଛନ୍ତ । ଘଟଣାରୁ ପ୍ରକାଶଯେ, ମାଲକାନଗିରି ବନାଞ୍ଚଳ ଅନ୍ତର୍ଗତ ଶିଖପଲ୍ଲୀ ପଞ୍ଚାୟତର ଏମଭି-୨୦ ଗ୍ରାମର ଏକ ଗଛ ଉପରେ ଭାଲ୍ଲୁ ଛୁଆଟି ରହିଥିବା ବେଳେ ଖବର ପାଇ ଘଟଣା ସ୍ଥଳରେ ବନାଞ୍ଚଳ ଅଧିକାରୀ ଜଗନ୍ନାଥ ପ୍ରସାଦ ବିଷୋୟୀଙ୍କ ନେତୃରେ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ଯ ଜାକି ରଖିଛନ୍ତି । ତେବେ ମା’ ଭାଲ୍ଲୁଟି ଜଙ୍ଗଲକୁ ଚାଲି ଯାଇଥିବା ବେଳେ ଛୁଆ ଭାଲୁଟି ସାହାଜ ଗଛରେ ଚଢି ଅଟକି ରହିଛି । ୧୫ ଫୁଟ ଉପରେ ଛୁଆ ଭାଲ୍ଲୁଟି ଅଟକି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଗଛରୁ ତଳକୁ ଭୟରେ ଓହ୍ଲାଉ ନଥିବା ଜଣାପଡିଛି Iତେବେ ଲନ କର୍ମଚାରୀମାନେ ଭାଲ୍ଲୁଟିକୁ ଉଦ୍ଧାର କରିବା ପାଇଁ ଗଛ ମୂଳେ ଏକ ଜାଲ ପାତି ଘୋଉଡାଇବା ଲାଗି ଉଦ୍ଯମ ଜାରି ରଖିଛନ୍ତି । ବର୍ତ୍ତମାନ ଅରଣ୍ଯରେ କୌଣସି ଖାଦ୍ଯ ଦ୍ରବ୍ଯ ମିଳୁନଥିବାରୁ ଭାଲ୍ଲମାନେ ଖାଦ୍ଯ ଅନ୍ବେଷଣରେ ଗାଁ ମୁହାଁ ହେଉଥିବା ଜଣା ପଡିଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)