ଗଛକୁ ପିଟିଲା ବାଇକ ; ଚାଳକ ମୃତ ।

0 228

ଭଞ୍ଜନଗର,୦୪/୦୯(ପିପିଟି): ଭଞ୍ଜନଗର – ମୁଜାଗଡ଼ ରାସ୍ତାର ବୁଦୁଲି ନିକଟ ପୋଲ ଫେକ୍ଟ୍ରି ଠାରେ ଭାରସାମ୍ୟ ହରାଇ ଏକ ବାଇକ ଗଛକୁ ପିଟି ହେବା ଫଳରେ ଚାଳକ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ମୁଜାଗଡ଼ ଗ୍ରାମର ଭଞ୍ଜ ସେଠୀ (୩୭) । ମଙ୍ଗଳବାର ମଧ୍ୟାହ୍ନ ସମୟରେ ଭଞ୍ଜ ମୁଜାଗଡ଼ରୁ ଭଞ୍ଜନଗର ଅଭିମୁଖେ ଆସୁଥିବା ବେଳେ ପୋଲ ଫେକ୍ଟ୍ରି ନିକଟରେ ଭାରସାମ୍ୟ ହରାଇ ଏକ ଗଛକୁ ପିଟି ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ଭଞ୍ଜକୁ ମୃତ ଘୋଷଣା କରିଥିଲେ । ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.