ଖୋର୍ଦ୍ଧା ରେ ବାର୍ଡ-ଫ୍ଳୁ, କୁକୁଡା ଫାର୍ମରେ ଶହଶହ କୁକୁଡାଙ୍କ ମୃତ ।

0 462

ବୋଲଗଡ,୦୮/୦୧(ପିପିଟି); ବାର୍ଡ-ଫ୍ଲୁ ଯୋଗୁଁ ରାଜ୍ୟ ବାହାରେ ପକ୍ଷୀ ମଡ଼କ ଦେଖିବାକୁ ମିଳୁଥିବା ବେଳେ ଏବେ ରାଜ୍ୟରେ ସେଭଳି କିଛି ଘଟଣା ସାମ୍ନାକୁ ଆସିଛି। ବେଗୁନିଆ ବ୍ଲକ ବଡବେରଣା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର କୁକୁଡା ଚାଷୀ ବିରଞ୍ଚି ମହାନ୍ତିଙ୍କ କୁକୁଡା ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡା ମରିଯାଉଥିବା ଦେଖିବାକୁ ମିଳିଛି। ସଂପୃକ୍ତ ଚାଷୀ ଜଣକ ଡିସେମ୍ବର ମାସରେ ୩ହଜାର ଦୁଇ ଶହ କୁକୁଡ଼ା ପାଳନ କରିଥିଲେ । ଗତ ୫ ତାରିଖ ସନ୍ଧ୍ୟାରୁ କୁକୁଡା ଗୁଡିକ ମରିବା ଆରମ୍ଭ ହୋଇଥିଲା। ଆଜି ସକାଳେ ବେଗୁନିଆ ଅତିରିକ୍ତ ପ୍ରାଣୀ ଚିକିତ୍ସାଧିକାରୀ ବିଶ୍ୱରଞ୍ଜନ ରାଉତ ଘଟଣାସ୍ଥଳରେ ପହଞ୍ଚି ୧୦ଟି ମୃତ କୁକୁଡାକୁ ସଂଗ୍ରହ କରି ଭୋପାଳ ସ୍ଥିତ ପରୀକ୍ଷାଗାରକୁ ପଠାଇଥିଲେ। ପରେ ବେଗୁନିଆ ବିଡିଓ ରତିକାନ୍ତ ମିଶ୍ର ,ଜିଲ୍ଲା ପ୍ରାଣୀ ଚିକିତ୍ସାଳୟ ଅଧିକାରୀ ଡାକ୍ତର ବିଷ୍ଣୁ ଚରଣ ସାହୁ ଓ କଟକ ଜିଲ୍ଲାର ଫୁଲନଖରା ସ୍ଥିତ ପ୍ରାଣୀ ଗବେଷଣା କେନ୍ଦ୍ରର ଡେପୁଟି ଡ଼ାଇରେକ୍ଟର ଡାକ୍ତର ବିଭୁ ରଞ୍ଜନ ଦାଶ ପ୍ରମୁଖ ପହଁଚି ଫାର୍ମର ସବିଶେଷ ବିବରଣୀ ନେବା ସହ କୁକୁଡା ମରିବାର କାରଣ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ଏଠାରେ ମରିଥିବା କୁକୁଡା ଗୁଡ଼ିକ କାରଣ ଅସ୍ପଷ୍ଟ ଥିବା ସମୟରେ ପରୀକ୍ଷାର ରିପୋର୍ଟ ଚାରି ଦିନ ପରେ ଆସିଲେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଥିଲେ। ମୃତ୍ୟୁବରଣ କରିଥିବା କୁକୁଡାଗୁଡିକୁ ଜେସିବି ସାହାଯ୍ୟରେ ଏକ ଖାତ ଖୋଳି ପୋତି ଦିଆଯାଇଛି।

(ରିପୋର୍ଟ- ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.