ଖୋର୍ଦ୍ଧା,୧୭/୦୮(ପିପିଟି):ଖୋର୍ଦ୍ଧା -ବଲାଙ୍ଗୀର ୫୭ନମ୍ବର ରାଜପଥରେ ସାରୁଅ ଠାରୁ ବାଘମାରି ରାସ୍ତା ସମ୍ପୁର୍ଣ ଜଳମଗ୍ନ ହୋଇଥିବାରୁ ଯାନ ବାହାନ ଚଳାଚଳ ବନ୍ଦରହିଛି। ବିସ୍ତୀର୍ଣ୍ଣ ଚାଷଜମି ତିନି ଦିନ ଧରି ପାଣୀ ଭିତରେ ରହିଥିବାରୁ ଚାଷୀ ମାନଙ୍କର ବିପୁଳ କ୍ଷ୍ୟତି ରୁଆ ଧାନ ଓ ତଳି ଧାନ ଗୁଡିକ ସମ୍ପୁର୍ଣ ନଷ୍ଟ ହୋଇ ଯାଇଛି। ଜମି ଗୁଡିକ ଜଳ ମଗ୍ନ ହୋଇ ଯାଇଥିବାରୁ ସାପ ଆଦି ବିଷାକ୍ତ ଜନ୍ତୁ ମାନେ ସ୍ଥଳ ଭାଗକୁ ଚାଲି ଆସୁଛନ୍ତି ତେଣୁ ସର୍ପାଘାତର ସମ୍ଭାବନା ବଢି ଯାଇଛି। ଆଶ୍ୱସ୍ତର ବିଷୟ ବର୍ତମାନ୍ ପର୍ଯ୍ୟନ୍ତ କୌଣସି ଦୁର୍ଘଟଣାର ଖବର ଆସି ନାହି। ସରକାରଙ୍କ ତରଫରୁ ସମସ୍ତ ସୁରକ୍ଷା ସଚେତନତା ପଦକ୍ଷେପ ନିଆଯାଇଛି। ରାସ୍ତା ଉପରେ ଯାନବାହନ ଚଳାଚଳ ବନ୍ଦ କରାଯାଇଛି। ଅଗ୍ନିଶମ ବାହିନୀ ଓ ଓଡ୍ରାଫ ବାହିନୀ ,ସ୍ବାସ୍ଥ୍ୟ ବିଭାଗ ଆସି ବାଘମାରୀ ଠାରେ ପହଞ୍ଚି ଅବସ୍ଥା ଉପରେ ସଜାଗ ଦୃଷ୍ଟି ରଖିଛନ୍ତି।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)