ଖୁସିଗୋଲ୍ଡ ମସଲା କମ୍ପାନୀର କର୍ପୋରେଟ୍ ଅଫିସ ଉଦ୍‌ଘାଟିତ ।

0 294

ବ୍ରହ୍ମପୁର,୦୨/୧୦(ପିପିଟି); ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସ୍ଥାନୀୟ ଧର୍ମ ନଗର ଠାରେ ଦକ୍ଷିଣ ଓଡ଼ିଶାର ଲୋକପ୍ରିୟ ମସଲା କମ୍ପାନୀ ଭୁବନେଶ୍ଵରୀ ଟ୍ରେଡିଂ ପ୍ରାଇଭେଟ୍ ଲିମିଟେଡ଼ର କର୍ପୋରେଟ୍ ଅଫିସର ଉଦ୍‌ଘାଟନ ହୋଇ ଯାଇଛି । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ରିବନ କାଟି ଅଫିସକୁ ଉଦ୍‌ଘାଟନ କରିଥିବା ବେଳେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଉଭୟ ଅତିଥି କମ୍ପାନୀର ଉତ୍ପାଦିତ ଖୁସି ଗୋଲ୍ଡ ବ୍ରାଣ୍ଡର ମସଲା ସାମଗ୍ରୀର ଉତରୋତ୍ତର ଉନ୍ନତି କାମନା କରିବା ସହ ଏମଏସଏମଇ ଶ୍ରେଣୀରେ ଆସୁଥିବା ଏହି କମ୍ପାନୀ ଗଞ୍ଜାମ ତଥା ଦକ୍ଷିଣ ଓଡ଼ିଶାର ଆର୍ଥିକ ବିକାଶରେ ସହାୟକ ହେବା ସହ ରୋଜଗାର ସୄଷ୍ଟି କରିବାରେ ସଫଳ ହେବ ବୋଲି କହିଥିଲେ । ଏହି ଅବସରରେ ଡାକୁମେଣ୍ଟାରୀ ଚଳଚିତ୍ର “ମାସ୍କ” ପାଇଁ ଆନ୍ତର୍ଜାତିକ ଚଳଚିତ୍ର ପୁରସ୍କାର ଲାଭ କରିଥିବା ନିର୍ଦ୍ଦେଶକ ତଥା ସରକାରଙ୍କ ବରିଷ୍ଠ ପ୍ରଶାସନିକ ଅଧିକାରୀ ଡଃ ଶ୍ଵେତ କୁମାର ଦାଶଙ୍କୁ କମ୍ପାନୀ ପକ୍ଷରୁ ସମ୍ଵର୍ଧିତ କରାଯାଇଥିଲା । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସାହୁ ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରି ସମ୍ଵର୍ଧିତ କରିଥିଲେ । କମ୍ପାନୀର ମୁଖ୍ୟ ତଥା ଯୁବ ଶିଳ୍ପୋଦ୍ଦ୍ୟଗୀ କଲ୍ୟାଣ କୁମାର ରଥ ଲୋକଙ୍କୁ ଉତ୍ତମ ମାନର ଉତ୍ପାଦ ଯୋଗାଇବା ସହିତ ଯୁବକ ଯୁବତୀଙ୍କ ପାଇଁ ରୋଜଗାର ଉପଲବ୍ଧ କରାଇବା ଆମର ମୁଖ୍ୟ ଲକ୍ଷ୍ୟ ବୋଲି କହିଥିଲେ ।

Leave A Reply

Your email address will not be published.