ଭୁବନେଶ୍ୱର,୨୩/୦୨: ଯେକୌଣସି ମୁହୂର୍ତ୍ତରେ ପୌର ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ । ସମସ୍ତ ପ୍ରସ୍ତୁତି ଶେଷ ପରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବ । ଏନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଛି । ତେବେ ପୌର ପରିଷଦ, ଏନ୍ଏସି, ମହାନଗର ନିଗମରେ ନିର୍ବାଚନ ହେବ । ୪୮ଟି ପୌର ପରିଷଦ,୫୯ଟି ଏନ୍ଏସିରେ ନିର୍ବାଚନ ହେବା ସହ ୩ଟି ମହାନଗର ନିଗମରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ ।