ବୋଲଗଡ଼,୧୫/୦୭(ପିପିଟି):ଗ୍ରାମାଞ୍ଚଳ ଜନସାଧାରଣଙ୍କ ଗମନା ଗମନରେ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗ୍ରାମ ସଡକ ଯୋଜନାରେ ପକ୍କା ସଡକ ନିର୍ମାଣ କରୁଛନ୍ତି । କିନ୍ତୁ କିଛି ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ମିଳିମିଶି ରାସ୍ତା ଗୁଡିକୁ ଅତି ନିମ୍ନମାନରେ ନିର୍ମାଣ କରିବା ଯୋଗୁ ପ୍ରକଳ୍ପ ବ୍ଯର୍ଥ ହେଉଛି। ଏପରି ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଟିକାତାଳ ଠାରୁ କୋଦବେରଣୀ ରାସ୍ତା ।ଖୋର୍ଦ୍ଧା-ବଲାଙ୍ଗୀର ୫୭ନମ୍ବର ଜାତୀୟ ରାଜପଥ ଟିକାତାଳ ଠାରୁ ୪୮ ରାଜ୍ୟ ରାଜପଥ କୋଦବେରଣୀ ପର୍ଯ୍ୟନ୍ତ ଦୀର୍ଘ ୧୦କିଲୋମିଟର ରାସ୍ତା। ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସାଢ଼େ ଚାରିକୋଟି ଟଙ୍କା ବ୍ୟୟରେ ଠିକାଦାର ରାସ୍ତାକୁ ଏକ ବର୍ଷ ତଳେ ଶେଷ କରିଥିଲା । କିନ୍ତୁ ଏହି ରାସ୍ତା ଏବେ ସ୍ଥାନୀୟ ଲୋକଙ୍କ ପାଇଁ ପାଲଟିଛି ମରଣଯନ୍ତା ।ଭାରିଜାନ ହେଉ କିମ୍ବା କାର କି ଅଟୋ ଯିବା ଏହି ରାସ୍ତାରେ ସମ୍ପୂର୍ଣ୍ଣ ଠପ ହୋଇ ଯାଇଛି । ସାଧାରଣ ମୋଟର ସାଇକେଲ,ସାଇକେଲ ରେ ଯିବାକୁ ଲୋକେ ଭୟକରୁଛନ୍ତି । ରାସ୍ତାର ଅବସ୍ଥା ଏତେ ଶୋଚନୀୟ ହୋଇପଡିଛି ଯେ ଏଥିରେ ଯାତାୟତ କରିବା ପାଇଁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ରାସ୍ତା ନିର୍ମାଣ ପରେ ପାଞ୍ଚ ବର୍ଷ ପାଇଁ ରକ୍ଷଣାବେକ୍ଷଣ ଦାୟିତ୍ଵ ଠିକାଦାର ଥିବା ବେଳେ ହେଲେ ସେହି କାର୍ଯ୍ୟକୁ ମଧ୍ୟ ଠିକ ଭାବରେ କରୁ ନ ଥିବା ଅଭିଯୋଗ ହୋଇଛି। ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା ଯୋଗୁ ଆଜି ହିନସ୍ତା ଭୋଗୁଛନ୍ତି ସାଧାରଣ ଜନତା । ଯଦି ସେହି ରାସ୍ତା ଟିକୁ ପୁନଃ ମରାମତି କରାଯାଇ ଜନସାଧାରଣ ଓ ଯାତାୟତ କରୁଥିବା ପଥିକମାନେ ସୁ ସୁରଖିତ ଭାବେ ଗମନାଗମନ ବ୍ୟବସ୍ଥା ସୁବିଧା ହୁଅନ୍ତା ବୋଲି ଜନସାଧାରଣ ଦାବି ରଖିଛନ୍ତି ।
(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)