ଖାଦ୍ୟ ଆୟୋଗ ଅଧ୍ୟକ୍ଷଙ୍କ ଭଞ୍ଜନଗର ଉପଖଣ୍ଡ ଗସ୍ତ ।

0 257

ଭଞ୍ଜନଗର,୩୦/୦୭(ପିପିଟି), ଓଡିଶା ଖାଦ୍ୟ ଆୟୋଗ ଅଧ୍ୟକ୍ଷ ପ୍ରମୋଦ କୁମାର ମେକାର୍ପ ଦୁଇ ଦିନିଆ ଗଞ୍ଜାମ ଜିଲ୍ଲା ଗସ୍ତ କାଳରେ ଆଜି ଦ୍ୱିତୀୟ ଦିନରେ ଭଞ୍ଜନଗର ଗସ୍ତ କରି ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆଜି ସକାଳେ ପ୍ରଥମେ ଉପଖଣ୍ଡ ଡାକ୍ତରଖାନାର ଏନଆରସି କୁ ଗସ୍ତ କରି ଶିଶୁ ମାନଙ୍କର ବିଭିନ୍ନ ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଅନୁସଙ୍ଗିକ ବ୍ୟବସ୍ଥା ବିଷୟରେ ମୋଡିକାଲ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଥିଲେ । ଏହା ଛଡା ଶିଶୁଙ୍କ ମା ମାନଙ୍କୁ ମଧ୍ୟ ବିଭିନ୍ନ ଭଲ ମନ୍ଦ କଥା ସହ ସରକାର ଦେଉଥିବା ବିଭିନ୍ନ ସୁବିଧା ସୁଯୋଗ ଉପରେ ଆଲୋଚନା କରିଥିଲେ । ଦାୟିତ୍ୱରେ ଥିବା ନର୍ସ ମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଖାଦ୍ୟ ଆୟୋଗ ଅଧ୍ୟକ୍ଷ । ଶିଶୁ ମାନଙ୍କ ଯତ୍ନ ନେବା ସହ ପୁଷ୍ଠିକର ଖାଦ୍ୟ ଓ ଔଷଧ ନିୟମିତ ଖାଇବା ଉପରେ ପରାମର୍ଶ ଦେଇଛନ୍ତି । ଏହା ଛଡା ଭଞ୍ଜନଗର ଦିନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟ ଗସ୍ତ କରି ସ୍କୁଲ ପରିସର ରେ ଥିବା ବଗିଚା ବୁଲି ଦେଖିଛନ୍ତି । ପରେ ସାଧୁ ଗାଁ ଗସ୍ତ କରି ଏସଏସଜି ର ପ୍ରଡୁସର ଗ୍ରୁପ ମାନଙ୍କ ସହ ଆଲୋଚନା କରିଛନ୍ତି । ସେଠାରେ ଗାଁ ଲୋକ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ସରକାରଙ୍କ ଯୋଜନା ଗୁଡିକ ଉତ୍ତମ ଭାବେ ହିତାଧିକାରୀ ମାନଙ୍କୁ ପହଂଚି ପାରୁଥିବାରୁ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଖୁସି ବ୍ୟକ୍ତ କରିଥିଲେ । ଭଞ୍ଜନଗର ଉପଖଣ୍ଡ ଗସ୍ତ କରି ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ସନ୍ତୋଷ ହେଇଥିବା ସୂଚନା ମିଳିଛି । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଭଞ୍ଜନଗର ଉପଜିଲ୍ଳାପାଳ ରାଜେନ୍ଦ୍ର ମିଂଜ଼, ଏ. ଓ ସୋମରେନ୍ଦ୍ର ଷଡ଼ଙ୍ଗୀ, ଭଞ୍ଜନଗର ବିଡିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ମେଡିକାଲ ସୁପାରିଟେଣ୍ଡେଣ୍ଟ ସୀତାଂଶୁ ଶେଖର ଶତପଥୀ, ଜିଲ୍ଲା ମଙ୍ଗଳ ଅଧିକାରୀ ପରୀକ୍ଷିତ ଦାସ, ଗଞ୍ଜାମ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମା ଶଙ୍କର ପତି, ଭଞ୍ଜନଗର ଅତିରିକ୍ତ ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭଞ୍ଜନଗର ଅମୀୟ କୁମାର ମିଶ୍ର, ବ୍ଲକ ଶିକ୍ଷା ଅଧିକାରୀ ଏସ. ଧନଞ୍ଜୟ, ପି.ଏ ପ୍ରଶାନ୍ତ ମହାପାତ୍ର,ସିଡିପିଓ ବିଷ୍ନୁପ୍ରିୟା ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.