ଖାଁସବାହାଲ ଗ୍ରାମରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ।

0 80

କେସିଙ୍ଗା,(ପିପିଟି)୦୮/୦୫ ,କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ଅନ୍ତର୍ଗତ ଖାଁସବାହାଲ ଗ୍ରାମରେ  କରୋନା ଭାଇରସ୍ ମୁକାବିଲା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଅଙ୍ଗନବାଡି କର୍ମୀ ,ଆଶା କର୍ମୀ ,ଗ୍ରାମର ସ୍ଵୟଂ ସହାୟକ ମହିଳା ମଣ୍ଡଳର ମାଁମାନେ ନଗର ପରିକ୍ରମା କରି ଗ୍ରାମର ଲୋକଙ୍କୁ ସାମାଜିକ ଦୂରତ୍ଵ ,ମାସ୍କ ବ୍ୟବହାର ,ସାବୁନ ରେ ବାରମ୍ବାର ହାତ ଧୋଇବା ,ଏକାଠି ବେଶିଲୋକ ଜମା ନ ହେବା ,ଅଯଥା ପଦାକୁ ବାହାରି ନ ବୁଲିବା ସେ ବିଷୟରେ ସଚେତନ କରାଇଥିଲେ ।ଆଶା କର୍ମୀ କିପରି ହାତ ଧୋଇବାକୁ ହେବ ସମସ୍ତଙ୍କୁ ଟ୍ରେନିଂ ଦେଇଥିଲେ ।ଏହି ସବୁ ଆଇନକୁ ନମାନିଲେ ଆଇନ ଅନୁଯାୟୀ ଦଣ୍ଡିତ ହେବାକୁ ତାଗିଦ କରିଥିଲେ ।ଏହି ପରି କାର୍ଯ୍ୟକ୍ରମକୁ କେସିଙ୍ଗା ଶିଶୁ ବିକାଶ ଯୋଜନା ଅଧିକାରୀ ଏବଂ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ବହୁତ ଖୁସିହୋଇ ଉଚ୍ଚ ପ୍ରଶଂସା କରିଥିଲେ ।
ରିପୋର୍ଟ –  ବବୁଲୁ ସାହୁ ।

Leave A Reply

Your email address will not be published.