ଖଲ୍ଲିକୋଟ ବ୍ଲକର ୭ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ।

0 1,170

ବ୍ରହ୍ମପୁର,୨୨/୦୮(ପିପିଟି):ଖଲ୍ଲିକୋଟ ବ୍ଲକର ୭ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି। ଖଲ୍ଲିକୋଟ ଅଞ୍ଚଳର ସାମାଜିକ କର୍ମୀ ବାସୁଦେବ ରାଉତ ସାର୍ଟିଫିକେଟ ତଦନ୍ତ ପାଇଁ ଅଭିଯୋଗ କରିଛନ୍ତି। ଅଭିଯୋଗରେ କୁହାଯାଇଛି ବିଇଡି ସାର୍ଟିଫିକେଟ ଯାଞ୍ଚ ସହିତ ୧୦ମ,+୨ ଓ +୩ରେ ତୃତୀୟ ଶ୍ରେଣୀରେ ଉତିନ୍ନ ହୋଥିଲେ ମଧ୍ଯ ବିଇଡିରେ ନାମ ଲେଖାଇବା ନେଇ ସନ୍ଦେହ ସୃଷ୍ଟି କରିଛି । ମାର୍କ ଟେମ୍ପେରିଙ୍ଗ ହୋଇଥିବାର ସନ୍ଦେହ ସୃଷ୍ଟି ହୋଇଛି । ଚର୍ଚ୍ଚାର ବିଷୟ ହେଉଛି ଯେ ଗୋଟିଏ ସ୍କୁଲର ୭ଜଣ ଶିକ୍ଷକ । ପୂର୍ବରୁ ଖଲ୍ଲିକୋଟ ଅଞ୍ଚଳର ଜାଲ ସାର୍ଟିଫିକେଟ ଘଟଣାରେ ୧୦ରୁ ଉର୍ଦ୍ଧ୍ବ ଶିକ୍ଷକ ଓ ଶିକ୍ଷୟତ୍ରୀ ଧରାପଡି ଥାନାରେ ମାମଲା ରୁଜ୍ଜୁ ହୋଇଛି । ଖଲ୍ଲିକୋଟ ଅଞ୍ଚଳରେ ତଦନ୍ତ ମନ୍ଥର ଗତିରେ ଚାଲିଛି। ଖଲ୍ଲିକୋଟ ଅଞ୍ଚଳର ସମାସେବୀ ବାସୁଦେବ ରାଉତ ଖଲ୍ଲିକୋଟ ବ୍ଲକର ଜାଲ ସାର୍ଟିଫିକେଟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ମୁଖ୍ୟମନ୍ତ୍ରୀ,ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ଯ ଶାସନ ସଚିବ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ, ରାଜ୍ଯ ପ୍ରକଳ୍ପ ସଂଯୋଜକ, ଓପେପା, କ୍ରାଇମବ୍ରାଞ୍ଚ,ଏସପି ଭିଜିଲାନ୍ସ, ଏସପି ଗଞ୍ଜାମ, ଜିଲ୍ଲାପାଳ ଗଞ୍ଜାମ, ଡିଇଓ ଓ ଡିପିସି ଗଞ୍ଜାମଙ୍କୁ ଲିଖିତ ଅଭିଯୋଗ ଦେଇଛନ୍ତି । ପୁଲିସ ଓ ପ୍ରଶାସନ ଜାଲ ସାର୍ଟିଫିକେଟ କେଉଁଠୁ ଆସୁଛି, ଏହି ରାକେଟ ପଛରେ କେଉଁ ମାନେ ଅଛନ୍ତି ତଦନ୍ତ କଲେ ଜାଲ ସାର୍ଟିଫିକେଟ କାରବାର ଗୁମର ଖୋଲିବ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

Leave A Reply

Your email address will not be published.