ଖଲ୍ଲିକୋଟ,୦୭/୧୨(ପିପିଟି); ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଖଲ୍ଲିକୋଟ ବ୍ଲକର କହ୍ନେଇପୁର ଠାରେ ୨୦୧୨-୧୩ ନିର୍ମିତ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣରେ ଅନିୟମିତତା ହୋଇଥିବା ଯୋଗୁଁ ସାଧାରଣ ଲୋକ ଉପକୃତ ହୋଇ ପାରୁ ନାହାଁନ୍ତି। ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେଉ ନଥିବା ନେଇ ଅଭିଯୋଗ ଶୁଣିବାକୁ ମିଳୁଛି। ଯାହାବି ପାଣି ଆସୁଛି ଗୋଳିଆ ଏବଂ ସ୍ବଳ୍ପ ସମୟ ପାଇଁ ପୁଣି ଘର ସମ୍ମୁଖରେ ଗାତ କରି ପାଣି ଧରୁଥିବା ଦେଖିବାକୁ ମିଳିଛି। ପ୍ରକଳ୍ପ ନିର୍ମାଣ ସମ୍ପୂର୍ଣ୍ଣ ବିଫଳ । ଏହି ଭଳି ଦାୟିତ୍ବ ହୀନତା ଓ ମନମୁଖୀ କାରବାର ଯୋଗୁଁ ସରକାରଙ୍କ ଯୋଜନା ବାଟବଣା ହେଉଛି। ଯନ୍ତ୍ରୀ ମାନେ କୋଟିପତି ହେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦୁର୍ବଳ। ସରକାର ଓ ପ୍ରଶାସନ ପାଖରେ ତଥ୍ୟ ନାହିଁ ତଥାପି କୁହାଯାଉଛି ଓଡିଶା ପ୍ରଗତି ପଥରେ ଆଗକୁ ବଢୁଛି। ଆଗକୁ ପିପିଟି ନ୍ଯୁଜ୍ ପକ୍ଷରୁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ ବହୁ ଦୁର୍ନୀତି ସମ୍ପର୍କରେ ଖବର ପ୍ରକାଶ ପାଇବ।