ଖଲ୍ଲିକୋଟ ଅଞ୍ଚଳର ୭୦ ପ୍ରତିଶତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ, ପ୍ରଶାସନ ପାଖରେ ତଥ୍ୟ ନାହିଁ।

0 1,349

ଖଲ୍ଲିକୋଟ,୧୩/୧୨(ପିପିଟି); ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୦ ବର୍ଷ ସ୍ବଚ୍ଛ ଶାସନ କାଳରେ ପନୀୟ ଜଳ ମୁଖ୍ଯ ସମସ୍ୟା ହୋଇ ରହିଛି। ଖଲ୍ଲିକୋଟ ଅଞ୍ଚଳର ପ୍ରାୟ ୭୦ ପ୍ରତିଶତ ପାନୀୟ ଜଳ ପ୍ରକଳ୍ପ ଅଚଳ ଅବସ୍ଥାରେ ରହିଥିଲେ ମଧ୍ୟ ତାର ତଥ୍ୟ ଜିଲ୍ଲା ପ୍ରଶାସନ ପାଖରେ ନାହିଁ। ପାନୀୟ ଜଳ ଯୋଗାଣ ସଂପର୍କରେ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ସମୀକ୍ଷା କରୁଥିଲେ ମଧ୍ୟ ବାସ୍ତବ ତଥ୍ୟ ପ୍ରଶାସନ ପାଖରେ ନାହିଁ ମାନେ ପ୍ରକୃତ ତଥ୍ୟକୁ ବିଭାଗୀ ଯନ୍ତ୍ରୀ ମାନେ ଲୁଚାଇ ଆସୁଛନ୍ତି। ଯହା ଫଳରେ ସାଧାରଣ ଲୋକ ଦୀର୍ଘ ଦିନ ଧରି ପାନୀୟ ଜଳରୁ ବଞ୍ଚିତ ହେଉଛନ୍ତି। ଗଞ୍ଜାମ ଜିଲ୍ଲାପାଳ ଯେତେବେଳ ସମୀକ୍ଷା ବୈଠକ ଡାକୁଛନ୍ତି ଯନ୍ତ୍ରୀ ମାନେ ସଠିକ୍ ତଥ୍ୟ ନଦେ ବିଫଳତା ଓ ଦୁର୍ନୀତିକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି। ଅଧିକାଂଶ ପ୍ରକଳ୍ପ ବିଦ୍ଯୁତ୍ ସମସ୍ୟା ପାଇଁ ବନ୍ଦ ଥିବା ବେଳେ କେତେକ ପାଣି ଟାଙ୍କି ଗଳୁଛି ଏବଂ ବିଭିନ୍ନ ପମ୍ପ ଘରେ ମୋଟର ନଥିବା ତଥା ମୋଟର ବଦଳାଇଲେ ତାକୁ ପୁନଃ ସଂଯୋଗ ନକରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ବିଭିନ୍ନ ସ୍ଥାନରେ ମଧ୍ୟ ନିମ୍ନମାନର ପାଇପ୍ ବିଛେଇବା ଏବଂ ସ୍ବିଚ୍ ଭାଲଭ ଚେମ୍ବର ନିମ୍ନମାନର ନିର୍ମାଣ ପାଇଁ ମଧ୍ୟ ପନୀୟ ଜଳ ଯୋଗାଣରେ ମଧ୍ୟ ସମସ୍ୟା ସୃଷ୍ଟି ହେଉଛି। ଅଧିକାଂଶ ପ୍ରକଳ୍ପ ଅଚଳ ସ୍ବତ୍ତେ ସେଗୁଡିକ ମରାମତି ବାବଦରେ ଅର୍ଥ ଖର୍ଚ୍ଚ ହୋଇଛି କି ନାହିଁ ତାହା ପ୍ରଶାସନ ଓ ଭିଜିଲାନ୍ସ ନଜର ରଖିବାକୁ ପଡିବ। ଗଞ୍ଜାମ ଜିଲ୍ଲାପାଳ ପରିଶ୍ରମ କରି ବୁଲୁଛନ୍ତି କିନ୍ତୁ ପାନୀୟ ଜଳ ଯୋଗାଣ ଅବ୍ଯବସ୍ଥା ଓ ଦୁର୍ନୀତିକୁ ଧରି ପାରୁ ନାହାଁନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଖଲ୍ଲିକୋଟ ଅଞ୍ଚଳରେ ଦୀର୍ଘ ଦିନ ଧରି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଅଚଳ ପାଇଁ ଉତ୍ତର ଦାୟୀ କିଏ ଏବଂ ଦାୟିତ୍ୱ ହୀନତା ଓ ଦୁର୍ନୀତି ପାଇଁ କାହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ ତାହା ଜିଲ୍ଲାପାଳ ଅନୁଧ୍ୟାନ କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.