ଖଲ୍ଲିକୋଟ ଅଞ୍ଚଳରେ ଶତାଧିକ ବେଆଇନ ଇଟା ଭାଟି ଚାଲିଛି

0 153

ଖଲ୍ଲିକୋଟ,(ପିପିଟି ନ୍ଯୁଜ୍)୨୫/୦୩-ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ତହସିଲ ଅଧିନରେ ଶତାଧିକ ବେଆଇନ ଇଟା ଭାଟି ଚାଲିଛି ।ଗଞ୍ଜାମ ଜିଲ୍ଲାରେ ବେଆଇନ ଇଟା ଭାଟି ବନ୍ଦ କରିବା ପାଇଁ ଏନଜିଟି ନିର୍ଦ୍ଦେଶ ଥିଲେ ମଧ୍ୟ ଖଲ୍ଲିକୋଟ ତହସିଲଦାରଙ୍କ ଆଇନ ପ୍ରତି ନିଘା ନାହିଁ ।ଇଟା ଭାଟି ପୋଡିବା ବେଳେ ତାର ଧୂଆଁ ବାୟୁମଣ୍ଡଳକୁ ପ୍ରଦୂଷଣ କରୁଛି ଏବଂ ପୋଡା ଇଟା ଭାଟି ଦ୍ବାରା ନିକଟସ୍ଥ ନଦୀ,ନାଳ ଓ ପୋଖରୀ ମଧ୍ୟ ପ୍ରଭାବିତ ହେଉଛି ।ଖଲ୍ଲିକୋଟ ଅଞ୍ଚଳରେ ବେଆଇନ ଇଟା ଭାଟି ଯୋଗୁଁ ରାଜସ୍ୱ ହାନୀ ଘଟୁଛି ଏବଂ ପରିବେଶ ମଧ୍ୟ ନଷ୍ଟ ହେଉଛି । ବେଆଇନ ଇଟା ଭାଟି କୁ ଭାଙ୍ଗିବା ଏବଂ ଜୋରିମାନା ଆଦାୟ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ମଧ୍ୟ ପାଳନ କରାଯାଉ ନାହିଁ ।ଶୁଣିବାକୁ ମିଳୁଛି ଯେ ବେଆଇନ ଇଟା ଭାଟି ମାଲିକଙ୍କ ଠାରୁ ଏକ ଲକ୍ଷ ଇଟା ପିଛା କୁଆଡେ ୨୫ ହଜାର ଟଙ୍କା ମଧ୍ଯସ୍ଥି ଦ୍ବାରା ଆଦାୟ କରାଯାଉଛି । ଘଟଣା ଯଦି ସତ୍ୟ ହୋଇଥାଏ ତାହା ହେଲେ ସାଙ୍ଘାତିକ କଥା ।ପୂର୍ବରୁ ଖଲ୍ଲିକୋଟ ତହସିଲ କାର୍ଯ୍ୟାଳୟକୁ ଇଟା ଭାଟି ସଂପର୍କରେ ସୂଚନା ତଥ୍ୟ ମାଗିଲେ ତାକୁ ଏଡାଇ ଯିବାକୁ ଉଦ୍ୟମ କରାଯାଇଛି ।ଖଲ୍ଲିକୋଟ ତହସିଲ ଅନ୍ତର୍ଗତ ମାନାପଲ୍ଲୀ ଗ୍ରାମର ଗୋଲା ଘାଇ ନିକଟରେ ଥିବା ବେଆଇନ ଇଟା ଭାଟି ସଂପର୍କରେ ସମସ୍ତ ତଥ୍ୟ ଖଲ୍ଲିକୋଟ ତହସିଲଦାରଙ୍କୁ ଜନୈକ ଆଇନଜୀବୀ ୱାଟସପ୍ ମାଧ୍ୟମରେ ୧୭ ମାର୍ଚ୍ଚ ରେ ଜଣାଇଥିଲେ ଏବଂ ୨୧ମାର୍ଚ୍ଚ ରେ ଫୋନ୍ କରି ଜଣାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ଦ୍ବାରା ସନ୍ଦେହ ସୃଷ୍ଟି ହେଉଛି ।ବର୍ତ୍ତମାନ ରାସ୍ତା ଘାଟ ଚର୍ଚ୍ଚା ଜୋର ଧରିଛି ପୋଡା ଇଟା ଭାଟି ଟଙ୍କା ପ୍ରଶାସନର ମୁହଁ କରିଦେଉଛି ବଙ୍କା ।ଖଲ୍ଲିକୋଟ ତହସିଲ କାର୍ଯ୍ୟାଳୟରେ ଦୀର୍ଘ ଦିନ ଧରି କିଛି କର୍ମଚାରୀ ରହି କୋଟିପତି ହୋଇଗଲେଣି ବୋଲି ଚା ଖଟିରେ ଚର୍ଚ୍ଚା ଶୁଣିବାକୁ ମିଳୁଛି ! ଭିଜିଲାନ୍ସ ଏହି କର୍ମଚାରୀମାନଙ୍କ କାର୍ଯ୍ୟଶୈଳୀ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ଖଲ୍ଲିକୋଟ ଅଞ୍ଚଳର ଥିବା ସମସ୍ତ ବେଆଇନ ଇଟା ଭାଟି ଭଙ୍ଗା ଯାବା ର ଭିଡିଓ ରେକର୍ଡ କରାଯାଇ ଜୋରିମାନା ଆଦାୟ କରିବା ପାଇଁ ଦାବି ହେଉଛି । ତଦନ୍ତ ନାମରେ ସମୟ ଗଡାଇ ଇଟା ବିକ୍ରି ସରିବା ପରେ ଧର୍ମକୁ ଆଖିଠାର ଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣୀୟ ନୁହେଁ । ଏହି ଭଳି ଯଦି କିଛି ହୁଏ ତାହା ହେଲେ ତହସିଲଦାରଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

Leave A Reply

Your email address will not be published.