ଖବର ପ୍ରକାଶନ ନେଇ ସାମ୍ବାଦିକଙ୍କୁ ହତ୍ଯା ଧମକ,ଥାନାରେ ମାମଲା ରୁଜୁ ।

0 2,407

ପୋଲସରା,(ପିପିଟି ନ୍ଯୁଜ୍) ୦୩/୦୬,ଗୋଟିଏ ଖବର ପ୍ରକାଶନକୁ ନେଇ ଚାରି ଜଣ ଅସାମାଜିକ ଯୁବକ ଦୈନିକ ସମାଜ ର ପୋଲସରା ପ୍ରତିନିଧିଙ୍କୁ ହତ୍ଯା ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଦୈନିକ ସମାଜ ର ପୋଲସରା ପ୍ରତିନିଧି କିଶୋର ଚନ୍ଦ୍ର ଦାସ ଥାନାରେ ଦେଇଥିବା ଅଭିଯୋଗ ଅନୁସାରେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ରେ ଚାଲିଥିବା ସଂଗରୋଧ କେନ୍ଦ୍ର ରେ ୧୪୦ ଜଣ ଅନ୍ତେବାସୀ ରହୁଥିଲେ କିନ୍ତୁ ସେମାନଙ୍କୁ ଚଳିତ ମାସ ୧ ତାରିଖ ଦିନ ମଧ୍ୟାହ୍ନ ଭୋଜନରେ ବାସି ଭାତ ଦେବା ଅଭିଯୋଗ କରି ଭାତ ପୁଡିଆକୁ ଫିଙ୍ଗି ଦେବା ସହିତ ସଂଗରୋଧ କେନ୍ଦ୍ର ଛାଡି ଚାଲି ଯାଇଥିଲେ। ଏ ସମ୍ପର୍କିତ ଖବର ଦୈନିକ ସମାଜ ବ୍ରହ୍ମପୁର ସଂସ୍କରଣ ରେ ୨ ତାରିଖ ଦିନ ପ୍ରକାଶ ପାଇଥିଲା। ସଂଧ୍ୟା ବେଳେ ଶ୍ରୀ ଦାସ ତାଙ୍କର ବନ୍ଧୁ ହରି ହର ପାତ୍ରଙ୍କ ସହିତ କାଳି ମନ୍ଦିର ସାହିରେ ବସି କଥା ହେଉଥିବା ସମୟରେ କୋଣାର୍କ ଫଟୋ ଷ୍ଟୁଡ଼ିଓ ର ମାଲିକ ଟୁଲୁ ସାହୁ , କୋଙ୍କରଡା ଗ୍ରାମର ରବିନ୍ଦ୍ର ପ୍ରଧାନ , ରତନି ସାହିର ପିଣ୍ଟୁ ଦାସ ଏବଂ ମାଧବ ପୃଷ୍ଟି ସାହିର ଶଙ୍କର ଜେନା ଦୁଇଟି ବାଇକ ରେ ଆସି ତାଙ୍କୁ ମାରିବା ପାଇଁ ଉଦ୍ୟମ କରିଥିଲେ। ଏବଂ ବିଭିନ୍ନ  ପ୍ରକାର ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ। ଯିବା ବେଳେ ସେମାନେ ଶ୍ରୀ ଦାସଙ୍କୁ ଜିବନରେ ମାରି ଦେବା ପାଇଁ ଧମକ ଦେଇଥିବା ଶ୍ରୀ ଦାସ ଏତଲା ରେ ଅଭିଯୋଗ କରିଛନ୍ତି। ଆଜି ଶ୍ରୀ ଦାସ ଥାନାରେ ଏତଲା ଦେବା ବେଳେ ପୋଲସରା ଅଞ୍ଚଳରେ କାର୍ଯ୍ୟରତ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନେ ସାଙ୍ଗରେ ଯାଇଥିଲେ। ସୂଚନାଯୋଗ୍ୟ ଯେ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ ମଧ୍ୟରେ ଥିବା ସଙ୍ଗରୋଧ  କେନ୍ଦ୍ରର ଅନ୍ତେବାସୀ ମାନଙ୍କ ସମସ୍ତ ପରିଷଦର କର୍ମଚାରୀ ମାନଙ୍କ ଉପରେ ନ୍ୟସ୍ତ ହୋଇଥିଲେ ମଧ୍ୟ ସମ୍ପୃକ୍ତ ଯୁବକ ମାନେ କାହିଁକି ଶ୍ରୀ ଦାସଙ୍କୁ ଗାଳିଗୁଲଜ କଲେ ଏବଂ ହତ୍ଯା ଧମକ ଦେଲେ  ଏବଂ ସେମାନଙ୍କୁ କେଉଁମାନେ ଏଥିପାଇଁ ନିୟୋଜିତ କରିଥିଲେ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଯୁବକ ଓ ନେପଥ୍ୟରେ ଥିବା ଖଳନାୟକ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପୋଲସରାରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ହରି ହର ପାତ୍ର , କେ ସନ୍ତୋଷ କୁମାର ପାତ୍ର , ଶିବ ପ୍ରସାଦ ସାହୁ , ଅତ୍ରି ପଟ୍ଟନାୟକ , ମନୋଜ କୁମାର ଘଡେ଼ଇ , ସିମାଞ୍ଚଳ ସାହୁ , ସୁବ୍ରତ ବେହେରା , ରଞ୍ଜୟ ପାଣିଗ୍ରାହୀ , ରୋହିତ ପ୍ରଧାନ ଏବଂ ନାରାୟଣ ସାହଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଦାବି କରିଛନ୍ତି।ପୋଲସରା ଥାନା ପକ୍ଷରୁ କେସ୍ ନମ୍ବର ୧୨୬/୨୦୨୦ ଅନୁଯାୟୀ ୪୫୨/ ୩୪୧/ ୨୯୪/ ୩୨୩/ ୫୦୬/ ୩୪ ଧାରାରେ ମାମଲା ରୁଜୁ କରାଯାଇଛି ।
ରିପୋର୍ଟ – ନୃସିଂହ ନାଥ ସ୍ବାଇଁ ଓ ସନ୍ତୋଷ କୁମାର ପଣ୍ଡା ।

Leave A Reply

Your email address will not be published.