କନ୍ଧମାଳ,୨୨/୦୪(ପିପିଟି): କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକମଣ୍ଡଳ ତରଫରୁ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ ଠାରେ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଫୁଲବାଣୀ ଡିଭିଜନର ଏଏସପି ସୁଧାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଫୁଲବାଣୀ ସବଡିଭିଜନର ଏପିଆଇ ସଂଜୟ କୁମାର ଦୋରା, ଶେଷଦେବ ସାହୁ, ଡିଓପିଏଲାଇ ସଂଗ୍ରାମ କେଶରୀ ପ୍ରଧାନ ଏବଂ ଓଭରସିଅର ଅଭୟ ମେଲର ପ୍ରମୁଖ ଉପସ୍ଥିତ ଥିଲେ । ସଭାରେ ଡାକ ବିଭାଗର ସମସ୍ତ ସ୍କିମ ବିଷୟରେ ଏବଂ ଏହାର ଉପକାରିତା ବିଷୟ ରେ ଅବଗତ କରାଇଥିଲେ । ଜନସଚେତନତା ପାଇଁ ସମସ୍ତ ଉପରିସ୍ଥ ଅଧିକାରୀଙ୍କ ସହ ସମସ୍ତ ବିପିଏମ ମାନେ ମିଶି ଏକ ଗ୍ରାମ ପରିକ୍ରମାର ଆୟୋଜନ କରିବା ସହ ବୀମା ପ୍ରଚାର ପତ୍ର ବଣ୍ଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ଫୁଲବାଣୀ ସବ ଡିଭିଜନର ସମସ୍ତ ବିପିଏମ ଓ ସ୍ଥାନୀୟ ସରପଞ୍ଚ, ଅଙ୍ଗନୱାଡି କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)
Prev Post