ଉଲୁଣ୍ଡା,୨୧/୦୩(ପିପିଟି); ଆଜି ବିଶ୍ୱ ବନ ଦିବସ ଅବସରରେ ସୁବର୍ଣ୍ଣପୁର ବନଖଣ୍ଡ ଅନ୍ତର୍ଗତ ଉଲୁଣ୍ଡା ବନାଞ୍ଚଳ ର ଖଜୁରିଆପାଲି ବନ ସୁରକ୍ଷା ସମିତି ତରଫରୁ ବିଶ୍ୱ ବନ ଦିବସ ପାଳିତ ହୋଇଯାଇଛି । ପ୍ରକୃତି ପ୍ରେମୀ ସତ୍ୟଜିତ ଗଡୁଆଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଦ୍ବାରା ପରିଚାଳିତ ସବୁଜ ବିପ୍ଳବ ସହଯୋଗୀ ସଂସ୍ଥାର ଟିମ ଲିଡର ପଦ୍ମଲୋଚନ ଯୋଶୀ, ସୁଚରିତା ନାୟକ ପ୍ରମୁଖ ଅତିଥି ଭାବରେ ଯୋଗଦେଇ ବନ ଦିବସ ର ମୂଳ ଲକ୍ଷ୍ୟ ସଭା ମାଧ୍ୟ୍ୟମରେ ବିଷଦ ଭାବରେ ଆଲୋଚନା କରିବା ସହ ଜଙ୍ଗଲକୁ କିଭଳି ଭାବରେ ସବୁଜ ସୁନ୍ଦର କରିବା ଓ ଜଙ୍ଗଲ ନିଆଁକୁ ସମ୍ପୂର୍ଣ ରୂପେ ନିୟନ୍ତ୍ରଣ କରାଯାଇ ବନ୍ୟଜନ୍ତୁ ମାନଙ୍କ ସୁରକ୍ଷା ଦିଗରେ ଯତ୍ନବାନ ହେବା ପାଇଁ ଜନସାଧାରଣ ଙ୍କୁ ପରାମର୍ଶ ଦେଇଥିଲେ । ଏହି ଅବସରରେ ଗ୍ରାମର ପ୍ରଗତି ଯୁବକ ସଙ୍ଘର କର୍ମକର୍ତା, କନ୍ଧେନ ବୁଢ଼ୀ ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟା ଓ ଗ୍ରାମର ସଚେତନ ଯୁବକ ମାନଙ୍କୁ ନେଇ ଗ୍ରାମରେ ଏକ ଶୋଭାଯାତ୍ରା ମାଧ୍ୟମରେ ଜଙ୍ଗଲ ସୁରକ୍ଷାକୁ ନେଇ “ବନ ଦିବସ ରେ ନେମା ଶପଥ, ଜଙ୍ଗଲ ନିଆଁ କୁ କରିବା ଆୟତ” ସ୍ଲୋଗାନ ଦେବା ସହ ପ୍ଲା କାର୍ଡ ଦେଖାଇ ସଚେତନ କରିଥିଲେ । ଶେଷରେ ଜଙ୍ଗଲ ରେ ନିଆଁ ନ ଲଗାଇବା ଓ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଏକ ସାମୁହିକ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମର ଗୁପ୍ତେଶ୍ୱର ଦେହେରି, ଦେବେନ୍ଦ୍ର ମାଝୀ, ଫଗୁନୁ ଗଡୁଆ, କାହ୍ନା ଗଡୁଆ, ସୁବାସିନୀ ମାଝୀ, କଳ୍ପନା ଦେହେରି ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)