କ୍ୟାରିଟି ଫାଉଣ୍ଡେସନ ପକ୍ଷରୁ ବାହାନଗା ରେଳ ପୀଡ଼ିତଙ୍କୁ ଆର୍ଥିକ ସହାୟତା ପ୍ରଦାନ।

0 328

ପୋଲସରା ୨୩/୦୬/୨୦୨୩ ସ୍ଥାନୀୟ କ୍ୟାରିଟି ଫାଉଣ୍ଡେସନ ପକ୍ଷରୁ ଚଳିତ ମାସ ଦୁଇ ତାରିଖ ଦିନ ବାଲେଶ୍ୱର ଜିଲ୍ଲାର ବାହାନଗା ରେଳ ଷ୍ଟେସନ ରେ ଘଟିଥିବା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ରେ ଆହତ ହୋଇ କଟକ ସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଆହତ ମାନଙ୍କୁ ଏକ ଲକ୍ଷ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାଜ୍ୟ ର ଏକ ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ “କ୍ୟାରିଟି ଫାଉଣ୍ଡେସନ” ର ଅଧ୍ୟକ୍ଷ ରବିନାରାୟଣ ହୋତା , ଉପାଧ୍ୟକ୍ଷ ଅମିତାଭ ମିଶ୍ର କାର୍ଯ୍ୟକାରୀ କମିଟି ସଭ୍ୟ ରଜତ କୁମାର ସାହୁ , ସୁଶାନ୍ତ କୁମାର ସାହୁ ଓ ଅନ୍ତର୍ଯ୍ୟାମୀ ରାଉତ ପ୍ରମୁଖ ସୋମବାର ଦିନ କଟକ ଯାଇ ମେଡିକାଲ୍ ର ସୁପରିଟେଣ୍ଡେଣ୍ଟ ପ୍ରଫେସର ଡା. ସୁଧାଂଶୁ ଶେଖର ମିଶ୍ର ଓ ଆସୋସିଏଟ ପ୍ରଫେସର ଡା. ମନୋରଞ୍ଜନ ଦାସ ଙ୍କ ସହଯୋଗରେ ଚିକିତ୍ସାଧୀନ ଆହତ ମାନଙ୍କୁ ଭେଟି ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିବା ସହିତ ଏକ ଲକ୍ଷ ଦଶ ହଜାର ଟଙ୍କା ଆହତ ମାନଙ୍କୁ ପ୍ରଦାନ କରିଥିଲେ। ଗଞ୍ଜାମ ଜିଲ୍ଲାର ପୋଲସରା ରେ ଗଢ଼ି ଉଠିଥିବା ଏହି ଅନୁଷ୍ଠାନ ସମ୍ପ୍ରତି ଗରିବ ଶ୍ରେଣୀର ଲୋକମାନଙ୍କ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଆସୁଥିବା ରୁ ପୋଲସରା ଅଞ୍ଚଳରେ ଖୁବ୍ କମ୍ ଦିନ ରେ ବେଶ୍ ଲୋକପ୍ରିୟତା ଅର୍ଜନ କରିବାରେ ସକ୍ଷମ ହେଲାଣି।

Leave A Reply

Your email address will not be published.