ବେଲଗୁଣ୍ଠା,୦୧/୦୩(ପିପିଟି),ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷେତ୍ରୀୟବରପୁର ପଞ୍ଚାୟତରେ ବିଜୁ ଜନତା ଦଳର ପଞ୍ଚାୟତ ସ୍ତରୀୟ କର୍ମକର୍ତ୍ତା ରାଇପଡା ବାଲୁଙ୍କେଶ୍ଵର ଶିବ ମନ୍ଦିର ଠାରେ ନିର୍ବାଚିତ କରାଯାଇଅଛି । ସଭାପତି କୁଞ୍ଜବିହାରୀ ନାୟକଙ୍କ ସଭାପତିତ୍ୱ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଜେଡିର ନିର୍ବାଚନ ଅଧିକାରୀ ଭାବେ ଶରତ କୁମାର ସ୍ୱାଇଁ, ପର୍ଯ୍ୟବେକ୍ଷକ ଭାବେ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ସାଧାରଣ ସମ୍ପାଦକ ଅମିତ କୁମାର ନାୟକ, ବ୍ଳକ ଉପସଭାପତି ନିକୁଞ୍ଜ ବିହାରୀ ଖଣ୍ଡୂଆଳ, ୪୭ ନମ୍ବର ଜିଲ୍ଲା ପରିଷଦ ଯୋନ ଉପସଭାପତି ନାରାୟଣ ଗୌଡ ଉପସ୍ଥିତ ଥିଲେ । ବେଲଗୁଣ୍ଠା ବ୍ଳକ୍ ବିଜେଡି ସଭାପତି ପ୍ରଶାନ୍ତ କୁମାର ନାୟକ ମୁଖ୍ୟ ଅତିଥି ଯୋଗ ଦେଇ ଦଳର ଆଭିମୁଖ୍ୟ ଓ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ସରପଞ୍ଚ ରାଜେନ୍ଦ୍ର କୁମାର ଗୌଡ ସମସ୍ତେ ଏକତ୍ରିତ ହୋଇ ବିଧାୟକ ଓ ଦଳ କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ସଭାପତିନଙ୍କ ସର୍ବସମ୍ମତି ଓ ଅନୁମୋଦନ କ୍ରମେ କୁଞ୍ଜବିହାରୀ ନାୟକ ପୁଣି ଥରେ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ ଉଡ-ସଭାପତି ଭାବେ କାଳୀଚରଣ ବେହେରା, ଜୁରେଶ୍ବର ସ୍ବାଇଁ, ଖଦାଳ ଭୂୟାଁ ସାଧାରଣ ସମ୍ପାଦକ ଭାବେ ପ୍ରଭାକର ଜେନା, ବାଳକୃଷ୍ଣ ବିଶୋଇ, ରଙ୍କନିଧ୍ର ଗୌଡ ସମ୍ପାଦକ ରବିନ୍ଦ୍ର କୁମାର ସାହୁ, ସୁବାସ ଚନ୍ଦ୍ର ଗୌଡ଼ ଗୁଣ୍ଡିଚା ବିଷୋୟୀ ଏବଂ ବସନ୍ତ କୁମାର ନାୟକ କୋଷାଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିଲେ ।ନିର୍ବାଚିତ କମିଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ବେଲଗୁଣ୍ଠା ବ୍ଳକ ସଭାପତି ପ୍ରଶାନ୍ତ କୁମାର ନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ରଙ୍କନିଧି ପରିଛା, ଗଙ୍ଗାଧର ନାୟକ, କୃଷ୍ଣଚନ୍ଦ୍ର ନାୟକ, ଦେବରାଜ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )