କ୍ଷେତ୍ରୀୟବରପୁର କଲେଜ କର୍ମଚାରୀଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ।

0 231

ବେଲଗୁଣ୍ଠା ,୩୦/୦୯; ବର୍ତ୍ତମାନ ସାରା ବିଶ୍ୱ ମହାମାରୀ କରୋନା କବଳରେ । କରୋନା ଠୁ ମୁକ୍ତି ପାଇଁ ସାରା ବିଶ୍ୱ ଏକ ହେଇ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି । ପ୍ରବଳ ମାତ୍ରାରେ ମହାମାରୀ କରୋନା ପ୍ରତି ଜନସାଧାରଣଙ୍କ ଜୀବନ ଜୀବିକା ଉପରେ ବେହାଲ କରିଛି । ଜନସାଧାରଣଙ୍କ ଆର୍ଥିକ ସ୍ଥିତିକୁ ପ୍ରଚଣ୍ଡ ପ୍ରହାର ପଡିଛି । ଏବେ ସମସ୍ତେ ନିଜ ନିଜ ଆର୍ଥିକ ସ୍ଥିତି କୁ ସଜାଡିବାରେ ସଂଘର୍ଷ କରୁଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭେକସିନ ବାହାରି ନ ଥିବାରୁ ଆମକୁ ଆମେ କରୋନା ସହିତ ବଂଚିବାକୁ ପଡିବ ଏଵଂ ସରକାରଙ୍କ ସମସ୍ତ କୋଭିଡ ନିୟମ ମାନିବାକୁ ପଡିବ । ମହାମାରୀ କରୋନାର ଜଟିଳ ସ୍ଥିତିକୁ ଲକ୍ଷ କରି ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟ କ୍ଷେତ୍ରୀୟବହରମପୁର ର ସମସ୍ତ କର୍ମଚାରୀ ଦିନକର ଦରମା ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୪୮ ହଜାର ୫ ସହ ୬୬ ଟଙ୍କା ବ୍ୟାଙ୍କ ଡ୍ରାଫ୍ଟ ମାଧ୍ୟମରେ ପ୍ରଦାନ କରିଛନ୍ତି । ଏହି ଆର୍ଥିକ ସହାୟତା ନିଶ୍ଚିତ ଭାବେ କୋଭିଡ ୧୯ ପରିଚାଳନା ରେ ସରକାରଙ୍କ ସହାୟତା କରିବ । କ୍ଷେତ୍ରୀୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତି ମହାନ୍ତି ଏଵଂ ଉଦ୍ଭିଦ ବିଜ୍ଞାନ ରିଡ଼ର ଗୋବିନ୍ଦ ରାଓ ଉପସ୍ଥିତ ରହି ଉପଜିଲ୍ଲାପାଳଙ୍କ ଜରିଆରେ ବ୍ୟାଙ୍କ ଡ୍ରାଫ୍ଟ ପ୍ରଦାନ କରିଛନ୍ତି । (ରିପୋର୍ଟ – ଶିବରାମ ଚୌଧୁରୀ ।)

Leave A Reply

Your email address will not be published.