କ୍ଷତ୍ରିୟବରପୁର ଡିଗ୍ରୀ କଲେଜ୍ ରେ ରସାୟନ ବିଜ୍ଞାନ ବିଭାଗର ପାଠଚକ୍ର ।

0 266

ବେଲଗୁଣ୍ଠା,୦୯/୧୨(ପିପିଟି): ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ଆଞ୍ଚଳିକ ସ୍ନାତକ ମହାବିଦ୍ୟାଳୟରେ ରାସାୟନ ବିଜ୍ଞାନ ବିଭାଗରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡ଼.ରବିନାରାୟଣ ପାତ୍ରଙ୍କ ତତ୍ତ୍ୱାବଧାନରେ ଏସିଡ଼୍ ଡିପୋଜିସନ୍ ସମ୍ପର୍କରେ ପାଠଚକ୍ର ଅନୁଷ୍ଠିତ ହେବା ସହିତ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ଡ଼.ଗିରିଧର ନାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପରିବେଶ ଉପରେ ଏସିଡ଼୍ ଡିପୋଜିସନ୍ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ପାଠଚକ୍ର ସମ୍ପାଦିକା ରୁପାଲି ଗୌଡ଼, ସହସମ୍ପାଦିକା ଅମିଷା ଗୌଡ଼, ଅଧ୍ୟାପକ ଡ.ସଂଜୀବ କୁମାର ଦାଶ,ତପନ କୁମାର ତ୍ରିପାଠୀଙ୍କ ସମେତ ସମସ୍ତ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ସହସମ୍ପାଦିକା ଅମିଷା ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.