କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ରେଡକ୍ରସ୍ ଦିବସ ପାଳିତ ।

0 88

ଗାଙ୍ଗପୁର/ବେଲଗୁଣ୍ଠI, (ପିପିଟି)୦୯/୦୫, କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ଵ  ରେଡକ୍ରସ୍ ଦିବସ ପାଳିତ ହୋଇଯାଇଛି । ଯୁବ ରେଡକ୍ରସ୍ ଉପଦେଷ୍ଟା ପ୍ରାଧ୍ୟାପକ ବି. ଗୋବିନ୍ଦ ରାଓଙ୍କ ସଂଯୋଜନାରେ ଅନୁଷ୍ଠାନର ଇତିହାସ ବିଭାଗ ପ୍ରାଧ୍ୟାପକ ଡକ୍ଟର ପ୍ରଦୀପ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ରେଡକ୍ରସ୍ ର ମହାନତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସଂପ୍ରତି କରୋନା ମହାମାରୀ ସତର୍କତା ଉପରେ କହିଥିଲେ । ପ୍ରଥମେ ଯୁବ ରେଡକ୍ରସ୍ ସ୍ଵେଚ୍ଛାସେବୀଙ୍କ ଦ୍ଵାରା ବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ୟକ୍ରମ କରାଯାଇଥିବା ବେଳେ କାହ୍ନୁ, ଜୟ, ସମୀର , ସିଙ୍କୁ ଏବଂ ବିଚିତ୍ର ଦ୍ଵାରା କରୋନା ସମ୍ପର୍କିତ ସଚେତନତାମୂଳକ ନାଟକ ପରିବେଷଣ କରାଯାଇଥିଲା । ସ୍ଵେଚ୍ଛାସେବୀ ଗୁଣାମ୍ବରୀ ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ । ମହାମାରୀ କରୋନା ସମସ୍ୟା ଏବଂ ଲକ୍ ଡ଼ାଉନ୍ ନିୟମକୁ ଦୃଷ୍ଟିରେ ରଖି ସ୍ଵଳ୍ପ ସଂଖ୍ୟକ ଛାତ୍ରଛାତ୍ରୀଙ୍କୁ ନେଇ ଶୃଙ୍ଖଳିତ ଭାବେ ସାମାଜିକ ଦୁରତ୍ଵ ରକ୍ଷା କରି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.