କ୍ରିକେଟ ଖେଳ ପାଇଁ ଜାତୀୟ ସ୍ତରରେ ମନୋନିତ ହେଲେ ମାଲକାନଗିରି ଜିଲ୍ଲାର ଛାତ୍ରୀ ।

0 284

ମାଲକାନଗିରି,୨୬/୧୨(ପିପିଟି): ମହିଳା କ୍ରିକେଟ ଖେଳ ପାଇଁ ୧୫ ବର୍ଷରୁ କମ୍ ଛାତ୍ରୀ ମାନଙ୍କୁ ମନୋନିତ କରା ଯାଉଥିବା ବେଳେ ମାଲକାନଗିରି ଜିଲ୍ଲା ପଡିଆ ସଦର ବ୍ଲକର ଜଣେ ଛାତ୍ରୀ ଓଡିଶା ଦଳରେ ମନୋନିତ ହୋଇଛନ୍ତି । ମାଲକାନଗିରି ପଡିଆ ସଦର ବ୍ଲକର ଏନ୍‌. ଭାଗ୍ୟଶ୍ରୀ ନାମକ ଏହି ଆଦିବାସୀ ଛାତ୍ରୀ ଓଡିଶା ଦଳରେ ମନୋନୀତ ହୋଇଥିବାରୁ ମାଲକାନଗିରି ଜିଲ୍ଲାରେ ଖୁସିର ଲହରି ଖେଳି ଯାଇଛିା ଆଗାମୀ ଦିନରେ ରାୟପୁର ଠାରେ ହେବାକୁ ଥିବା ଆନ୍ତର୍ଜାତୀୟ ୫୦ ଓଭର କ୍ରିକେଟ ମ୍ୟାଚରେ ଏନ୍‌. ଭାଗ୍ୟଶ୍ରୀ ଭାଗ ନେବେ । ପ୍ରକଶା ଥାଉ କି ଭାଗ୍ୟଶ୍ରୀଙ୍କୁ ପିଲା ବେଳରୁ କ୍ରିକେଟ ପ୍ରତି ଆଗ୍ରହ ଥିଲେ। ସେ ନିଜର ପାଠପଢା ସହ ସବୁ ଦିନ କ୍ରିକେଟ ଖେଳ ଖେଳୁଥିଲେ ।ଫଳରେ ସେ ବ୍ଲକ ସ୍ତରରେ, ଜିଲ୍ଲା ସ୍ତରରେ କ୍ରିକେଟ ଖେଳି ବିଜୟ ଲାଭ କରିଥିବା ବେଳେ ବର୍ତ୍ତମାନ ସେ ରାଜ୍ୟ ସ୍ତରରେ ମନୋନିତ ହୋଇ ଓଡିଶା ଦଳ ପାଇଁ ଭାଗ ନେଉଛନ୍ତି । ଏହି କ୍ରିକେଟ ଖେଳ ଆନ୍ଧ୍ର‌ପ୍ରଦେଶ, ଉତ୍ତର ପ୍ରଦେଶ, ଛତିଶଗଡ, ମିଜୋରାମ, ଚଣ୍ଡିଗଡ ରାଜ୍ୟ ସହିତ ଓଡିଶା ଖେଳିବାକୁ ଯାଉଥିବା ବେଳେ ଆଜି ଭାଗ୍ୟଶ୍ରୀ ଓଡିଶା ଦଳରେ ଭାଗ ନେବା ଘଟନା ମାଲକାନଗିରି ଜିଲ୍ଲା ପାଇଁ ଗର୍ବ ଅନୁଭବ ହୋଇଛି।
(ରିପୋର୍ଟ :ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.