କୋଶଳିଆ ମାଳି ସମାଜର ସାଧାରଣ ସଭା ଅନୁଷ୍ଠିତ ।

0 294

ଉଲୁଣ୍ଡା,୧୧/୦୧(ପିପିଟି);ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ କୋଟସମଳାଇ ଗ୍ରାମରେ କୋଶଳିଆ ସମାଜର ଜିଲ୍ଲା ସଭାପତି ଡ଼.ଅନିରୁଦ୍ଧ କୁରୁକୁରିଆଙ୍କ ସଭାପତିତ୍ୱରେ କୋଶଲିଆ ସମାଜର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ସଭା ପ୍ରାରମ୍ଭରେ ସ୍ଥାନୀୟ ଶିବ ମନ୍ଦିରରେ ସମୂହ ଆଳତି ପ୍ରଦାନ କରିଥିଲେ ।ଏହି ସାଧାରଣ ସଭାରେ ସମାଜର ବହୁ ସଦସ୍ୟ ଯୋଗଦେଇ ସମାଜର ବିଭିନ୍ନ ସମସ୍ୟା ତଥା ସମାଜର ଛାତ୍ରଛାତ୍ରୀ ମାନଙ୍କର ବିକାଶ ଦିଗରେ ଦୃଷ୍ଟି ଦେବାକୁ ଆଲୋଚନା ହୋଇଥିଲା ।ଏହି ଅବସରରେ ଏକ ଗ୍ରାମ୍ୟକମିଟି ଗଠନ କରାଯାଇଥିଲା ।ଏହି କମିଟିରେ ଦିଗାମ୍ବର ଚୌଧୁରୀ ସଭାପତି,ନରେନ୍ଦ୍ର ବାଘ ଉପସଭାପତି,ବାବୁଲାଲ ମନ୍ତ୍ରା ସମ୍ପାଦକ,ଅଖୁଜ ଖୁରଡ଼ିଆ ସହ ସମ୍ପାଦକ,ମଣ୍ଟୁ ମନ୍ତ୍ରା ଯୁଗ୍ମ ସମ୍ପାଦକ, ନରସିଂହ ମନ୍ତ୍ରାଙ୍କୁ କୋଷାଧ୍ୟକ୍ଷ ଭାବରେ ମନୋନୀତ କରାଯାଇଥିଲା ।ଶେଷରେ ଭରତ କୁରୁକୁରିଆ ଧନ୍ୟବାଦ ଦେଇଥିଲେ ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.