କୋଲାଗୋଣ୍ଡା ସ୍କୁଲରେ ୨ ଛାତ୍ର ମୃତ୍ୟୁ ।

0 243

ମାଲକାନଗିରି,୦୨/୦୯(ପିପିଟି): ଗତ କିଛି ଦିନ ମଧ୍ୟରେ ପଡିଆ ବ୍ଲକ କାଲଦାପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ କୋଲାଗୋଣ୍ଡା ଆଶ୍ରମ ସ୍କୁଲରେ ୨ ଜଣ ଛାତ୍ର ମୃତ୍ୟୁବରଣ କରିଥିବ. ବେଳେ ବର୍ତ୍ତମାନ ୧୧ ଜଣ ଛାତ୍ର ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣା ପଡିଛି । କିନ୍ତୁ ଏହି ଘଟଣାଟି ବର୍ତ୍ତମାନ ଭିନ୍ନ ମୋଡ ନେଇ ଯୋଡି ହୋଇ ଯାଇଚି ଭୂତପ୍ରେତର କଥା। ଏହି ସ୍କୁଲରେ ଦୀର୍ଘଦିନ ଧରି ଭୂତ ରହିଥିବା ଭଳି ବିସ୍ମୟକର କଥା କହୁଛନ୍ତି କୁନିକୁନି ଛାତ୍ର ଛାତ୍ରୀ । ଏହି ବିଦ୍ୟାଳୟରେ ଦୁଇ ଜଣ ଛାତ୍ରଙ୍କ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ସମ୍ପୂର୍ଣ୍ଣ ସଠିକ ତଥ୍ୟ ଦିଆଯାଇ ପାରୁନାହିଁ। ଏହି ବିଦ୍ୟାଳୟରେ ପ୍ରାୟ ୨୩୧ ଜଣ ଛାତ୍ର ଛାତ୍ରୀ ରହି ପଢୁଥିବା ବେଳେ ଗତ କିଛି ଦିନ ମଧ୍ୟରେ ୨୨ ଜଣ ଛାତ୍ର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଏମାନଙ୍କ ମଧ୍ୟରୁ ୧୧ ଜଣ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ ମଧ୍ୟ ଆଉ ୧୧ ଛାତ୍ର ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟପଟେ ଅନ୍ଧ ବିଶ୍ୱାସର ଗଳିରେ ରହି ହେଉ କିମ୍ବା ପିଲାଙ୍କ ମନରେ ଭୂତପ୍ରେତର ଭୟ ସୃଷ୍ଟି ହେବା ଯୋଗୁଁ ଏଭଳି ମାନସିକତା ପିଲାଙ୍କ ପାଠ ପଢା ସହ ଭବିଷ୍ୟତ ଗଠନରେ ପ୍ରଭାବ ପକାଇବ ବୋଲି ସାଧାରଣରେ ଆଲୋଚନା ହେଉଥିବା ଚର୍ଚ୍ଚା ଜୋର ଧରିଛି। ଏଥିପାଇଁ ପ୍ରଶାସନ ପକ୍ଷରୁ ପିଲାଙ୍କୁ ପ୍ରତ୍ୟକ୍ଷ ଭାବେ ଦୃଷ୍ଟି ଦିଆଯିବା ଆବଶକ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.