ମାଲକାନଗିରି,୦୨/୦୨(ପିପିଟି):ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରୁକୁଣ୍ଡା ସଦର ଠାରେ ଗ୍ରାମ ନ୍ୟାୟାଳୟ ପ୍ରତିଷ୍ଠା କରଯାଇଛି। ଏହାକୁ ହାଇକୋର୍ଟର ପ୍ରଧାନ ବିଚାରପତି ଡଃ ଏସ୍ ମୂରଲୀଧର ପ୍ରଥମ ଥର ପାଇଁ ଆଭାସି ମାଧ୍ୟମରେ ଉଦ୍ଘାଟନ କରିଛନ୍ତି । ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ବର୍ତ୍ତମାନ କୋରୁକୋଣ୍ଡା ବ୍ଲକର ଜନସାଧାରଣ ନ୍ୟାୟର ଅଭିଜ୍ଞତା ସହଜରେ ଜାଣିପାରିବେ । ଏହି ନ୍ୟାୟାଳୟ ଖୋଲିବା ଦ୍ବାରା କୋରୁକୋଣ୍ଡାର ଜନସାଧାରଣ ଯଥାଶୀଘ୍ର ନ୍ୟାୟ ପାଇବା ପାଇଁ ଏକ ସୁଯୋଗ ପାଇବେ ଏବଂ ଏହି ଗ୍ରାମ ନ୍ୟାୟାଳୟ ଦ୍ୱାରା ସେମାନେ ବହୁ ଉପକୃତ ହେବେ। ଏହି ଉଦଘାଟନୀ ସମାରୋହରେ ହାଇକୋର୍ଟର ବିଚାରପତି ଏମଏସ ରମଣ, ଜିଲ୍ଲା ବିଚାରପତି ଅଜନ୍ତା ଷଡ଼ଙ୍ଗୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱନୀ, ଅତିରିକ୍ତ ଜିଲ୍ଲା ବିଚାରପତି ଉଦୟଭାନୁ ଜେନା,ମୁଖ୍ୟ ଜୁଡ଼ିସିଆଲ ମାଜିଷ୍ଟ୍ରେଟ ସତ୍ୟପ୍ରିୟ ଦାସ, ବରିଷ୍ଠ ସିଭିଲ ଜର୍ଜ ବିଜୟ କୁମାର ଦାସ, ରେଜିଷ୍ଟ୍ରାର ଅନୁପ ନାୟକ,ଏସଡିଜିଏମ ରୁଦ୍ର ପ୍ରକାଶ ନାୟକ, ଡିଏଲ୍ଏସଏ ସଚିବ ରାକେଶ କୁମାର ମୁଦୁଲି, କୋରୁକୁଣ୍ଡା ଗ୍ରାମ ନ୍ୟାୟାଳୟ ବିଚାରପତି ଦେବେନ୍ଦ୍ର ନାଥ ବାଘ, ବାର୍ ଏସୋସିଏସନ୍ ସଭାପତି ପ୍ରକାଶ ମହାନ୍ତି ଓ ବରିଷ୍ଠ ଓକିଲମାନେ ଉପସ୍ଥିତ ଥିଲେ ।
(ରିପୋର୍ଟ ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)