କୋଭିଡ ଯୋଦ୍ଧା କାର୍ଯ୍ୟରତ ପ୍ରଧାନ ଶିକ୍ଷକଙ୍କ ବିୟୋଗରେ ଫାଶୀଗୁଡା ପଞ୍ଚାୟତରେ ଶୋକ ।

0 264

ଦିଗପହଣ୍ଡି,୧୫/୧୦(ପିପିଟି);
ଦିଗପହଣ୍ଡି ବ୍ଲକ ଅଧିନସ୍ଥ ଫାଶୀଗୁଡା ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାଢ଼ୀଙ୍କ ଆଜି ପରଲୋକ ଘଟିଛି। ସେ କରୋନା ଭାଇରସ ସଂକ୍ରମଣ ସମୟରେ କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରି ଆସୁଥିଲେ। ଜଣେ ଛାତ୍ର ବତ୍ସଳ ଆଉ ଆଦର୍ଶ ଶିକ୍ଷକ ଭାବେ ବେଶ ଜଣାଶୁଣା ଥିଲେ। ତାଙ୍କରି ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଆଜି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ସ୍ବର୍ଗତ ଶିକ୍ଷକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଶୋକ ସଭା କରାଯାଇଥିଲା। ସମିତିସଭ୍ୟ ଶିବରାମ ପ୍ରଧାନ, ସରପଞ୍ଚ ଦିଲ୍ଲୀପ ସେଠୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟୁନା ରଣା, ଗ୍ରାମ୍ୟ ରୋଜଗାର ସେବକ ବାବୁଲା ବିଷୋୟୀ ପ୍ରମୁଖଙ୍କ ସମେତ ୧୫ ୱାର୍ଡର ୱାର୍ଡ ସଭ୍ୟ ଏବଂ ଆଙ୍ଗନବାଡ଼ି କର୍ମୀମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ସାଇଦୀପ୍ ପୂଜାରୀ। )

Leave A Reply

Your email address will not be published.